ଖପ୍ରାଖୋଲ ୧୪/୫(ହେମସାଗର ସାହୁ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ରେ ଗତ ୮ ରୁ ୧୨ ତାରିଖ ଯାଏଁ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଦୋକାନ ବଜାର, ପ୍ରଜ୍ଞାପନ ମେଢ, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା।ଯାହାଫଳରେ ମନ୍ଦିର ପରିସର ଓ ମେଳା ସ୍ଥାନ, ରାସ୍ତା କଡ ରେ ମଇଳା, ଆବର୍ଜନା ପଡ଼ିରହିଥିଲା। ଏହା କୁ ସଫେଇ ପାଇଁ ଦେବୋତ୍ତର କମିଟି, ସବ କମିଟି,ଦୋକାନୀ ସହିତ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ, ବନବିଭାଗ କର୍ମଚାରୀ ,ବ୍ଲକ୍ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ। ଏହି ଅବସରରେ ପାଟଣାଗଡ ଉପ ଜିଲ୍ଲାପାଳ ସୁନୀଲ କୁମାର ମେହେର, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ,ପାଟଣାଗଡ ଆସିଷ୍ଟାଣ୍ଟ କଲେକ୍ଟର ପଦ୍ମନାଭ ମହାରଣା, ସିଡ଼ିପିଓ ଅମିତା ପଣ୍ଡା, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ବନପାଳ ସୁଧୀର ଜେନା, ଅରବିନ୍ଦ ଧରୁଆ,ଶଶି ପୁଝାରୀ,ଡ ଅଭୟ ତ୍ରିପାଠୀ,ଜ୍ୟୋତିରଂଜନ ପଣ୍ଡା, ସବ କମିଟି ସଭାପତି ବିପ୍ର ବିଶି , ଗଜ ନାଗ, ଟିକେଶ୍ୱର ଧରୁଆ, ପ୍ରହଲ୍ଲାଦ ଚାନ୍ଦ, ବଳରାମ ବେହେରା, ଭାଗ୍ୟବାନ ସାହୁ,ତୁଲାରାମ ବରିହା , ସନ୍ତୋଷ ବେହେରା ପ୍ରମୁଖ କୋଡ଼ି, ଝୋଡ଼ି ଧରି ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.