ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ର ନବ ନିଯୁକ୍ତ ଉପ ସଭାପତି ଙ୍କୁ ଡାବୁଗାଁ ରେ ଭବ୍ୟ ସ୍ଵାଗତ

2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୫/୨୫ ରାୟଗଡ଼ା ଠାରେ ଅନୁଷ୍ଠିତ ଦକ୍ଷିଣ ଓଡ଼ିଶା ଆଦିବାସୀ ମହା ସଂଘର ଦୁଇ ଦିନିଆ ଅଧିବେଶନ ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଆଦିବାସୀ ମହାସଂଘ ଦ୍ଵାରା ଅନୁବନ୍ଧିତ (ଆମୋ)ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସୋଆମ) କୁ ଦୃଢ଼ କରିବା ପାଇଁ ନୂତନ କମିଟି ଗଠନ କରାଯାଇଥିଲା।ବିଶେଷ କରି ଆଦିବାସୀଙ୍କ ମୌଳିକ ଅଧିକାର,ସମସ୍ୟା ଓ ସମାଧାନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଙ୍କୁ ନେଇ ନୂତନ କମିଟି ଗଠନ ହୋଇଥିଲା। ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ର ସଭାପତି ଭାବେ ଗଙ୍ଗାଧର ମାଝୀ ଙ୍କୁ ମନୋନୀତ କରାଯାଇଥିବା ବେଳେ ଅନ୍ୟାନ୍ୟ ପଦ ପଦବି ଚୟନ କରାଯାଇଥିଲା। ଏଥିରେ ଉପ ସଭାପତି ଭାବେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମବନ୍ଧ ଗ୍ରାମର ନରସିଂହ ମାଝୀ ଙ୍କୁ ଚୟନ କରାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ ଜଣେ ଯୁବ ଆଦିବାସୀ ନେତା ନରସିଂହ ମାଝୀ ଉପ ସଭାପତି ପଦ ପାଇବା ପରେ ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଖୁସିର ଲହରୀ ଖେଳିବା ସହ ଡାବୁଗାଁ ରେ ଶ୍ରୀ ମାଝିଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଶ୍ରୀ ନରସିଂହ ମାଝିଙ୍କୁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଫୁଲତୋଡ଼ା ଓ ଉପ ଢ଼ୌକନ ଦିଆ ଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସ୍ଵାଗତ ସମ୍ବର୍ଦ୍ଧନା ସମୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ର ମହନ ସିଂ ଗଣ୍ଡ,ହିରନ୍ୟ ମାଝୀ, ଦୟାନିଧି ଭତରା,ରମେଶ ମାଝୀ,କର୍ଣ୍ଣ ମାଝୀ,ମଙ୍ଗରାଜ ମାଝୀ, ରାଇ ସିଂ ପୂଜାରୀ,ଦୟାନିଧି ବଞ୍ଜାରା ଓ ସରାବୁ ମାଝୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲା ରୁ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ନୂତନ କମିଟି ରେ ଜିଲ୍ଲା ସଂଯୋଜକ ସାହେବ ସାନ୍ତା,ଜିଲ୍ଲା ଯୁବ ମୋର୍ଚ୍ଚା ସଂଯୋଜକ ପ୍ରଶାନ୍ତ ନାୟକ,ସହ ସମ୍ପାଦକ ନରସିଂହ ଜାନି,ମହିଳା ମୋର୍ଚ୍ଚା ସଂଯୋଜିକା ହିରାବତି ଭତରା, ଜିଲ୍ଲା ଆଇ ଟି ସେଲ ର ବଳରାମ ଗଣ୍ଡ ତଥା ଉପଦେଷ୍ଟା ଭାବେ ଅର୍ଜୁନ ଭତରା ଓ ଲଛମନ ମାଝିଙ୍କୁ ଚୟନ କରାଯାଇଛି।

Leave A Reply

Your email address will not be published.