ସାରିଆପଲ୍ଲୀ ଗ୍ରାମରେ ଅପରେସନ ସିନ୍ଦୁର ର ସଫଳ ଶୋଭାଯାତ୍ରା।

4

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଂଙ୍ଗିନାଠୀ ପଞ୍ଚାୟତର ସାରିଆପଲ୍ଲୀ ଗ୍ରାମରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଗ୍ରାମର ପ୍ରାରମ୍ଭ ରେ ଥିବା ହନୁମାନ ମନ୍ଦିରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ଭାରତ ର ବିଜୟ ଏବଂ ସହିଦ ହୋଇଥିବା ଭାରତୀୟ ସେନାର ଅମର ଆତ୍ମା ର ଶାନ୍ତି ନିମନ୍ତେ ମହାବୀର ଯୁବକ ସଂଘ ତରଫରୁ ଦୀପ ପ୍ରଜ୍ୱଳନ କରାଗଲା। ତା ପରେ ହନୁମାନ ମନ୍ଦିର ରୁ ଯୁବକ ସଙ୍ଘର ସଦସ୍ୟମାନେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରା ବାହାରି, “ଭାରତ ମାତା କି ଜୟ”, “ସହିଦ ଯବାନ ଅମର ରହେ”, “ଜୟ ଯବାନ” ନାରା ଦେଇ ପୁରା ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ଗ୍ରାମର ମଧ୍ୟ ବିନ୍ଦୁରେ ଥିବା ମା ବୃନ୍ଦାବତୀ ପୀଠରେ ଦୀପ ପ୍ରଜ୍ୱଳନ କରିବା ସହିତ ସହିଦ ଯବାନଙ୍କର ଅମର ଆତ୍ମା ର ଶାନ୍ତି ନିମନ୍ତେ ୨ ମିନଟର ନିରବ ପ୍ରାର୍ଥନା କରାଗଲା ଏବଂ ଜାତୀୟ ସଂଗୀତ ଗାନ କରାଗଲା।ଏହି କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିବାରେ ମୁଖ୍ୟତଃ ଅଭିମନ୍ୟୁ ରାଉତ, ଭାବଗ୍ରାହୀ ପ୍ରଧାନ, ସଞ୍ଜୟ ରାଉତ, ସୁରେନ୍ଦ୍ର ଜେନା, ସୁଶାନ୍ତ ମହାନ୍ତି, ରାଜେନ୍ଦ୍ର ରାଉତ, ଗୌରୀ ଶଙ୍କର ପ୍ରଧାନ, ବଳରାମ ମହାନ୍ତି, ସୁରଜ ପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.