କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ଲୋକଙ୍କ ଯୋଗାଯୋଗ ର ମାଧ୍ୟମ ହେଉଛି ମୋବାଇଲ ।ଦୁର୍ଗମ ଅଞ୍ଚଳ ର ମୋବାଇଲ ସେବା ଯୋଗାଇ ଆସୁଥିବା ଜିଇଓ ଟାଓ୍ବାର ର ବେଟେରି ଚରାଇ ଲୋକଙ୍କ ହାତରେ ଧରାପଡି ଜେଲ ଗଲେ ୩ ଜଣ ଯୁବକ ।ରାୟଗଡା ଜିଲା କାଶିପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ନିସିଖାଲ ଗ୍ରାମରେ ଜିଇଅ କଂମ୍ପାନୀ ଏକ ମୋବାଇଲ ଟାଓ୍ବାର ରୁ ଆମେ ଜିଇଅ କମ୍ପାନୀର ଲୋକ କହି ଏକ ୪୦୭ ପିକ୍ ଅପ ଭେନେରେ ବେଟେରି କାଢି ନେଇଯାଉଥିବା ବେଳେ ଗ୍ରାମବାସୀ ମାନଙ୍କ ସନ୍ଦେହ ହେବାରୁ ଅଟକ ରଖି ଟିକିରି ପୋଲିସ କୁ ଖବରଦେଲେ।ଖବରପାଇ ଟିକିରି ଆଇଆଇସି ବିଶ୍ଵ ବନ୍ଦୀନୀ ବାଗଙ୍କ ନେତୃତ୍ବରେ ଏସ ଆଇ ତ୍ରିନାଥ ତଟପାଡ୍ୟା ଓ ଅନ୍ୟ କର୍ମଚ଼ାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚକଲାବେଳେ କୌଣସି କାଗଜପତ୍ର ଦେଖେଇନପାରିବାରୁ ଗାଡିଟି କୁ ଜବତ କରି ଟିକିରି ଥାନା କୁଆଣି ସେଠାରେ ଥିବା ୪୮ଟି ବ୍ୟାଟେରୀ ଜବତ କରି ତିନି ଜଣକୁ ଅଟକ ରଖି ଖଡତାଡ କରି ମଙ୍ଗଳବାର ଦିନ ଟିକିରି ପୋଲିସ କୋର୍ଟ ଚାଲାଣ କରିଛି ।ଟିକିରି ଥାନା କେସନମ୍ବର ୭୫,୧୧/୦୫/୨୫ ୟୁଏସ ୩୦୩(୨)/୩(୫) ବିଏନ ଏସ ଆକ୍ଟରେ କେଶରୁଜୁ କରି ତାଙ୍କ ଠାରୁ ଏକ ୪୦୭ ପିକ୍ ଅପ ଭେନ ଓଆର ୧୮ସି ୪୪୦୯,୪୮ଟି ମୋବାଇଲ ଟାଓ୍ବାର ବେଟେରି ,ଜବତ କରି ଏହି କେଶ ସମ୍ପୃକ୍ତ ଥିବା ରାୟଗଡା ରତ୍ରିନାଥ କରକରିଆ,(୪୦),ଆଲକ ବିଷୋଇ(୩୨),ଏବଂ ପୁରି ଜିଲ୍ଲା ର ତାତିନ ରଞ୍ଜନ ସ୍ବାଇଁ ଙ୍କୁ ଗିରଫ କରି ଟିକିରି ପୋଲିସ କୋର୍ଟ ଚାଲାଣ କରିଛି ।
Sign in
Sign in
Recover your password.
A password will be e-mailed to you.