ଅସ୍ତରଙ୍ଗ୧୩/୫ : ଆଜି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଡିହ କରଡ଼ା ଗ୍ରାମ ର ପାଖାପାଖି ଶହେ ରୁ ଉର୍ଦ୍ଧ ଲୋକ ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଙ୍କ ଦ୍ୱାରା ତାଳଦା ପଞ୍ଚାୟତ ଡିହ କରଡ଼ା ରୁ ତରାସାହି ଭାୟା ଡିଆ ଦେଈ ଫେବର ବ୍ଲକ ସଡ଼କ ନିର୍ମାଣ ପାଇଁ ଜୈନକ ଠିକାଦାର ଚୁକ୍ତିନାମା କରିଥିଲେ l ଏହି ଅଞ୍ଚଳ ରେ ଉନ୍ନତ ରାସ୍ତା ର ଆବଶ୍ୟକ ଦୀର୍ଘ ବର୍ଷ ଧରି ରହିଥିବାରୁ ସରକାର ଏହି ଅଞ୍ଚଳ କୁ ସଡ଼କ ନିର୍ମାଣ କରିବାକୁ ସମସ୍ତ ବ୍ୟବସ୍ଥା କରିବା ସହ ହାରାହାରି ୧ କୋଟି ଟଙ୍କା ବେୟମଞ୍ଜୁର କରି ଥିଲେ l ମାତ୍ର ଦୁଃଖ ଓ ପରି ତାପର ବିଷୟ ଏହି ଯେ ରାସ୍ତା ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଡିହ କରଡ଼ା ଗ୍ରାମବାସୀ ଇଛୁକ ଥିବା ବେଳେ, ଜୈନକ ଠିକାଦାର ଏ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରି ନାହାନ୍ତି l ଯାହା ଫଳରେ କି ଉକ୍ତ ଗ୍ରାମର ସ୍ରମସ୍ତ ଗ୍ରାମବାସୀ ବୃନ୍ଦ ଅସନ୍ତୋଷ ପ୍ରକାଶ କରିବା ସହ, ଆଜି ଶହେ ରୁ ଉର୍ଦ୍ଧ ଗ୍ରାମବାସୀ ଏକତ୍ରିତ ହୋଈ ରାସ୍ତା କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ନେଇ ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟ ସାମ୍ନା ରେ ଧାରଣା ଦେବା ସହ ତହସିଲଦାର ଙ୍କୁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ନେଇ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତ୍ତି ଘଟଣା କୁ ଵିଧିବଧ ତଦନ୍ତ କରି ସହଯୋଗ କରିବାକୁ ପରାମର୍ଶ ଦେବାପରେ ଗ୍ରାମବାସୀ ମାନେ ଧାରଣା ରୁ ଉଠିଥିଲେ l
Sign in
Sign in
Recover your password.
A password will be e-mailed to you.