କେନ୍ଦୁଝର,ତା୧୩/୫- ମେ ୫ ତାରିଖ ଦିନ ବିପ୍ଳବୀ ଧରଣୀଧର ଜୟନ୍ତୀ ଲାଗି ବାଂଶପାଳ ବ୍ଲକ୍ ସମିତି ଅଧ୍ୟକ୍ଷ ବିଜେଡି ନେତା ମାନସ ଦେହୁରୀଙ୍କୁ ସଭାକୁ ଡକା ଯାଇନଥିବାରୁ ସେ ବ୍ଲକ୍ ଅଫିସ ପରିସରରେ ଭଙ୍ଗାରୁଜା କରିଥିଲେ ବୋଲି ଅଭିଯୋଗ ଥିଲା। ଏହି ସଂକ୍ରାନ୍ତରେ ବ୍ଲକ୍ ବିଡ଼ିଓ ରାଜା ରଣଜିତ ପ୍ରତାପ ବଳ ନୟାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ କି ଉକ୍ତ ୫ ତାରିଖ ଦିନ ସେ ଦିନ ୨ଟା ୨୦ରେ ଧରଣୀଧରଙ୍କ ଜନ୍ମସ୍ଥାନ କୁସୁମିତାରେ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଲାଗି ବ୍ୟସ୍ତ ଥିବା ସମୟରେ ବ୍ଲକ୍ ଅଧ୍ୟକ୍ଷ ମାନସ ଦେହୁରୀ ନିଜ ସାଥୀ ପଦ୍ମ ଲୋଚନ ଆରୁଖ ଓ ଶୁକଦେବ ମହାକୁଡ଼ ସହ ଆସି ବ୍ଲକ୍ ଅଫିସ ପରିସରରେ ମୁଖ୍ୟ ବିଲଡିଂରେ ଧସେଇ ପଶି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷା କହି ଗାଳି ଦେଇ କବାଟ କାଚ ଅଫିସ ଭଙ୍ଗାରୁଜା କରିଥିଲେ। ଏଥି ସହ ସେ କର୍ମଚାରୀଙ୍କୁ ଜବରଦସ୍ତି ବାହାର କରି ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲେ। ତେଣୁ ଏହି ଏତଲା ଆଧାରରେ ନୟାକୋଟ ଥାନା ପକ୍ଷରୁ କେଶ୍ ନଂ ୬୭/୨୫ ମାମଲା ତା୬/୫/୨୫ରିଖରେ ଦରଜ କରାଯାଇ ଭାରତୀୟ ନ୍ୟାୟ ସଂହିତାର ଦଫା ୨୯୬/୧୨୧(୧)/୧୩୨/୩୨୪(୪)୩(୫) ଲଗା ଯାଇଥିଲା। ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି କି ଏହି ୩ ଅରୋପୀ ମାନସ ଦେହୁରୀ(୩୮),ଶୁକଦେବ ମହାକୁଡ଼(୫୦) ଓ ପଦ୍ମଲୋଚନ ଆରୁଖ(୪୦)ଙ୍କୁ କେଶ୍ ନଂ ୬୭/୨୦୨୫ ଆଧାରରେ ଗିରଫ କରାଯାଇଛି। ଏହି ବିଜେଡି ବ୍ଲକ୍ ଚେୟାରମ୍ୟାନ ଗିରଫ ହେବା ପରେ ବାଂଶପାଳ ବ୍ଲକରେ ହଇଚଇ ସୃଷ୍ଟି ହେଇଛି ଅନେକ ବିଜେପି କର୍ମୀ ଗିରଫଦାରୀକୁ ଠିକ୍ କହିଥିଲା ବେଳେ ବିଜେଡ଼ି ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନି। କିଛି କଂଗ୍ରେସ କର୍ମୀ ଏଇଟା ବିଜେପି ବିଜେଡି ଭାଇ ଭାଇ ମାମଲା ଆଗକୁ ଆହୁରି ତଳିଆ ବିଜେଡି କର୍ମୀ ନେତା ଗିରଫ ହୋଇ ହୋଇ ଉପର ନେତା ଛାଡ଼ ପାଇବେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.