ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ : ରାଜ୍ୟରେ ଧର୍ମ ପରିବର୍ତନ ଭଳି ଅନେକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳୁଛି,ଏନେଇ ବିଭିନ୍ନ ସମୟରେ ଅନେକ ଅନୁଷ୍ଠାନ ଏହାର ପ୍ରତିବାଦ ମଧ୍ୟ କରୁଥିବା ବେଳେ ଏବେବି ଜିଲ୍ଲାର ଅନେକ ବ୍ଲକର ଗ୍ରାମାଞ୍ଚଳ ଗୁଡ଼ିକରେ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଚଙ୍ଗେଇ ସଭା ନାଁ ରେ ଧର୍ମ ପରିବର୍ତନ କରୁଥିବା ଅଭିଯୋଗ ହୋଇଛି।ଅନ୍ୟପଟେ ସମସ୍ତ ନୀତିନିୟମ କୁ ଉଲଂଘନ କରି ଶହ ଶହ ସଂଖ୍ୟାରେ ବିଭିନ୍ନ ଜାତି ଧର୍ମର ଲୋକଙ୍କୁ ଏକତ୍ରିତ କରି ରୋଗରୁ ମୁକ୍ତି ପାଇବା,ଭାଗ୍ୟ ପରିବର୍ତ୍ତନ ହେବା,ଦୀର୍ଘ ବର୍ଷରୁ ଦୁରାରୋଗରେ ଆକ୍ରାନ୍ତ ରୋଗୀ ଭଲ ହୋଇଯିବା,ମୃତ ବ୍ୟକ୍ତି ଜୀବିତ ହେବା ଭଳି ଅନେକ ସମ୍ବେଦନଶୀଳ କଥା କହି ଲୋକଙ୍କୁ ଧର୍ମ ପରିବର୍ତନ କରୁଥିବା ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି।
ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତିକି ଶିକ୍ଷିତ ସେତିକି ମାତ୍ରାରେ ଗୁଣି ଗାରେଡ଼ିକୁ ବିଶ୍ୱାସ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି।ଯାହାକି ଗୁଣି ଗାରେଡ଼ି ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ଚମ୍ପିଆପଡ଼ାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର କେତେକ ଅସାଧୁ ବ୍ୟକ୍ତିଙ୍କ ଦ୍ଵାରା ଆସନ୍ତା 15 ତାରିଖ ଦିନ ଏକ ଚଙ୍ଗେଇ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି,ଯେଉଁ ଥିରେ ଓଡ଼ିଶା ଛତିଶଗଡ ,ଏବଂ ଝାଡ଼ଖଣ୍ଡ ରାଜ୍ୟର ଅନେକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି,ତେବେ ଏହି ଚଙ୍ଗେଇ ସଭା ଆଳରେ ନିରୀହ ଲୋକଙ୍କୁ ବିଭିନ୍ନ ରୋଗ ଭଲ କରିଦେବା,ଏପରିକି ମୃତ ବ୍ୟକ୍ତି ଙ୍କୁ ଜୀବିତ କରିଦେବା ଆଦି ଭ୍ରମ ସୃଷ୍ଟି କରାଯାଉଥିଲା ଓ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ ମଧ୍ୟ କରା ଯାଇଛି ,ଏପରିକି ଧର୍ମାନ୍ତରିକରଣ କରିବା ପାଇଁ ପ୍ରବର୍ତ୍ତାଇବା ।ତେବେ ଏନେଇ ଆନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ,ରାଷ୍ଟ୍ରୀୟ ବଜରଙ୍ଗ ଦଳ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିନ୍ଦା କରିବା ସହ ଏହାର ତୀବ୍ର ବିରୋଧ କରୁଛି,ଅନ୍ୟପଟେ ଏହି ଚଙ୍ଗେଇ ସଭା ପାଇଁ ସରକାରୀ ସ୍ତରରେ କୌଣସି ଆଦେଶ ମିଳି ନଥିବା ବେଳେ କିପରି ଓ କାହା ଭରସାରେ ଏହି କାର୍ଯ୍ୟ କରାଯାଉଛି ସେନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ପ୍ରକାଶ ଥାଉକି ବିଗତ ଦିନରେ ଏହି ଚଙ୍ଗେଇ ସଭା ଟାଂଗରପାଲି ବ୍ଲକ ବାଲିଯୋରି ଗ୍ରାମ ଲାଲଢିପା ରେ ଚାଲିଥିବା ଦେଖା ଦେଇଥିଲା,ଯାହାକି ହାତ ଗଣତି କେତେ ଜଣ ହିନ୍ଦୁ ଲୋକଙ୍କ ସମର୍ଥନରେ ଏହି ସଭା କରାଯାଉଥିବାର ଅଭିଯୋଗ ହୋଇଥିଲା ,ଗ୍ରାମର ଅନେକ ଲୋକ ବିରୋଧ ମଧ୍ୟ କରିଥିଲେ। ପ୍ରଶାସନର ଅଜାଣତ ରେ ନା ଅଜାଣତ ଏ କାର୍ଯ୍ୟ ଚାଲିଥିଲା ତାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।ଯଦି ଏହାକୁ ରୋକା ନ ଯାଏ ଆଗାମୀ ଭବିଷ୍ୟତରେ ହିନ୍ଦୁ ତଥା ହିନ୍ଦୁତ୍ୱ ଘୋର ଅସୁବିଧାର ସମ୍ମୁଖୀନ ହେବା ସୁନିଶ୍ଚିତ ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।
ବଜରଙ୍ଗ ଦଳ ସୁନ୍ଦରଗଡ଼ ଜିଲ୍ଲା କର୍ଡିନେଟର ସଂକେତ ଗୁରୁ ଏବଂ ସୁନ୍ଦରଗଡ଼ ଜିଲ୍ଲା ବଜରଙ୍ଗ ଦଳ ଏହିଭଳି ଘଟୁ ଥିବା ଧର୍ମାନ୍ତୀକରଣ କୁ ପ୍ରବଳ ବିରୋଧ କରିଛନ୍ତି | ସେ ସୁନ୍ଦରଗଡ ପ୍ରଶାସନ କୁ ନିବେଦନ କରିଛନ୍ତି ଯେ ଘଟୁ ଥିବା ଧର୍ମାନ୍ତୀକରଣ କୁ ବନ୍ଦ କରିବା ଦିଗ ରେ ଜିଲ୍ଲା ପ୍ରଶାସନ ଦୃଢ ପଦେକ୍ଷପ ନିଅନ୍ତୁ |ଏହା କୁ ବନ୍ଦ କର ନ ଗଲେ ଆଗାମୀ ଦିନ ରେ ବଜରଙ୍ଗ ଦଳ ରାଜ ରାସ୍ତା କୁ ଓଲ୍ହାଇବ ବୋଲି ଶ୍ରୀ ଗୁରୁ ଚେତାବନୀ ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.