କେନ୍ଦୁଝର,ଦିଲ୍ଲୀପ ସାହୁ (ତା୧୧/୫)- ମାଆ ଥିଲା ଅସୁସ୍ଥ ତେଣୁ ତାଙ୍କୁ ନିଆଯାଉଥିଲା ଜଣେ ଚିକିତ୍ସକଙ୍କ ପାଖକୁ ହେଲେ ବିଧିର ବିଧାନରେ ଅନ୍ୟ କଥା ଲେଖାଥିଲା ଦୁର୍ଘଟଣାରେ ସେହି ମାଆର ଜୀବନ ଚାଲିଗଲା। ଏହି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡର ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଗ୍ରାମର ରବିନାରାୟଣ ମହାପାତ୍ରଙ୍କ ପରିବାରରେ। ମାଆ ଜ୍ୟୋତ୍ସ୍ନାମୟୀଙ୍କୁ ନେଇ ପରିବାର କାର ଯୋଗେ ମୟୂରଭଞ୍ଜ ଜିଲ୍ଲାର କେନ୍ଦୁଜୁଆଣି ଯାଉଥିଲେ ଜଣେ ଆୟୁର୍ବେଦିକ ଚିକିତ୍ସକଙ୍କ ପାଖକୁ ଚିକିତ୍ସିତ ହେବାକୁ। ହେଲେ ଆନନ୍ଦପୁର ଠାକୁରମୁଣ୍ଡା ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଏକ ଗ୍ୟାସ ବୋଝେଇ ଟ୍ରକ ସେମାନଙ୍କ କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମାଆ ଜ୍ୟୋତ୍ସ୍ନାମୟୀଙ୍କ ଜୀବନ ଚାଲିଯାଇଥିବା ବେଳେ ରବିନାରାୟଣ ଓ ଭାଣିଜୀ ସସ୍ମିତା ଗୁରୁତର ହୋଇଥିଲେ। ପତ୍ନୀ ,ଦେଢ଼ ବର୍ଷର ପୁଅ ଓ ଭଉଣୀ ମଧ୍ୟ ଏହି କାର ଭିତରେ ଥିଲେ। ଏମାନଙ୍କ ମଧ୍ୟରୁ ଛୋଟ ପୁଅର ସୁରକ୍ଷିତ ଅଛି ବାକି ସମସ୍ତେ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାକୁ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର ହୋଇ ଯାଇଥିଲା। ପରେ ସେଠାରୁ ଗୁରୁତର ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ମହୁଲଡିହା ଥାନା ପୋଲିସ ଖବର ପାଇ ଆସି ଘଟଣାସ୍ଥଳରେ ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.