ପୁରୀ,(ଶାସକ ପ୍ରଶାସକ): କାଶ୍ଯପଗୋତ୍ରୀ ତନ୍ତୀକୂଳ ନଅଶହଘର ସମିତି,କୁଣ୍ଢେଇବେଣ୍ଟ ସାହି ପୋଲିସ ଲାଇନ କଡାକିଆ ତନ୍ତୀମଠ ଠାରେ ୩୧ତମ ନାମ ଯଜ୍ଞୋତ୍ସବ,ନୂତନ ମନ୍ଦିର ପ୍ରତିଷ୍ଠା,ବିଗ୍ରହ ପ୍ରବେଶ ଉଦ୍ଦେଶ୍ଯରେ ପାଞ୍ଚଦିନ ବ୍ଯାପୀ ବିଶ୍ଵଶାନ୍ତି ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଯାଇଛି । ନାମ ସଂକୀର୍ତ୍ତନ, ଧାର୍ମିକ ପ୍ରବଚନ, ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଯଜ୍ଞ ପୂର୍ଣ୍ଣାହୁତିରେ ପୁରୀର ଶ୍ରୀ ଚୈତନ୍ଯ ଚନ୍ଦ୍ର ଆଶ୍ରମର ସ୍ବାମୀ ଭକ୍ତି ବିଜ୍ଞାନ ଅକିଞ୍ଚନ ମହାରାଜ, ନେବଳ ଦାସ ମଠାଧୀଶ ଡକ୍ଟର ରାମଚରଣ ଦାସ ମହାରାଜ ଓ ସାଧୁସନ୍ଥଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଓ କୂଳ ପରିବାରର ସଭ୍ଯ ସଭ୍ଯାମାନେ ଉପସ୍ଥିତ ଥିଲେ । ଏହି ଧାର୍ମିକ କାର୍ଯ୍ୟରେ ଯଜ୍ଞ କର୍ତ୍ତା ଭାବେ ଅନୁଷ୍ଠାନର ସମ୍ପାଦକ ବାବୁଲି ଚରଣ ଦଣ୍ଡପାଟ ଓ କର୍ତ୍ତୀ ଭାବେ ଧର୍ମପତ୍ନୀ ପ୍ରମିଳା ଗିରି ଯଜ୍ଞ କାର୍ଯ୍ୟ ତୁଲାଇଥିଲେ । ଉପକର୍ତ୍ତା ଭାବେ ସମିତିର ଉପଦେଷ୍ଟା ଖଗେଶ୍ବର ବେହେରା ଓ ତାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ବେହେରା ସହଯୋଗ କରିଥିଲେ । ନୂତନ ମନ୍ଦିର ପ୍ରତିଷ୍ଠାରେ କର୍ତାଭାବେ ଗଗନ ବିହାରୀ ଦାସ ଓ କର୍ତ୍ତୀ ଭାବେ ରଞ୍ଜିତା ଦାସ ଯୋଗ ଦେଇଥିଲେ । ସମିତିର ସଭାପତି ବିଦ୍ଯାଧର ମଣ୍ଡଳ, କାର୍ଯ୍ଯକାରୀ ସଭାପତି ହୁରେନ୍ଦ୍ର ନାଥ ଭୂୟାଁ ଯଜ୍ଞ କାର୍ଯ୍ୟରେ ପରିଚାଳନା କରିିଥିଲେ । ସମିତିର ଉପଦେଷ୍ଟା ଲକ୍ଷ୍ମଣ କୁମାର ମଣ୍ଡଳ,ପ୍ରଭାକର ମଣ୍ଡଳ, ସୁକାନ୍ତ କୁମାର ବେହେରା, ନାରାୟଣ ପ୍ରସାଦ ଦାସ,ଉପସଭାପତି ହୃଷିକେଶ ବେହେରା, ସହ ସମ୍ପାଦକ ଡମ୍ବୁରୁଧର ଘଡାଇ, କୋଷାଧ୍ୟକ୍ଷ ଅନନ୍ତ ପ୍ରସାଦ ଜେନା,ଗଦାଧର ବେହେରା, ବିଷ୍ଣୁପଦ ଘଡାଇ, ରବି ଜେନା, ଧ୍ରୁବ କାମଲା, କୃତ୍ତିବାସ କାମଲା, କରୁଣାକର ଜେନା, ଗଙ୍ଗାଧର ମଣ୍ଡଳ, ବେଣୁଧର ମଣ୍ଡଳ, ରୂପଶ୍ରୀ ବେହେରା ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ଯଜ୍ଞ ଆରମ୍ଭ ପୂର୍ବରୁ ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା ,ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ ହୋଇଥିଲା । ପୂର୍ଣ୍ଣାହୁତି ପରେ ରବିବାର ଶୁଭାଧିବାସ, ସୋମବାର ଅହୋରାତ୍ର ନାମଯଜ୍ଞ ଓ ମଙ୍ଗଳବାର ନଗର ପରିକ୍ରମା ରହିଛି ବୋଲି ସମିତି ସୂଚନା ଦେଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରୁ ଶହ ଶହ ତନ୍ତୀକୂଳ ପରିବାର ଯୋଗ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.