ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜବାଗୁଡା ପଞ୍ଚାୟତ ଅନ୍ତର୍ଗତ ତାଲବେଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଏକ ଗାଡ଼ି ମେକାନିକ ଘରେ ନ ଥିବା ସମୟରେ ଦିନ ୧ ଘଣ୍ଟ ସମୟରେ ଘରେ ନିଆ ଲାଗି ଯିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତ ଗାଡି ମେକାନିକ ଅନିରାମ ଭାରତୀ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାଇ ଛତିଶଗଡ ରାଜ୍ୟ ଦେଉଡା ଗ୍ରାମ ର ଅନିରାମ ଭାରତି ୪ ବର୍ଷ ହେଲା ତାଲ ବେଡ଼ା ରେ ଦୁଇ ଚକିଆ ଓ ୪ ଚକିଆ ଯାନ ର ଗାଡି ମେକାନିକ୍ ଭାବେ କାର୍ଯ୍ୟ କରୁଛି। ସେ ତାଲବେଡା ଗ୍ରାମ ରେ ଘର ଭଡା କରି ରହୁଥିଲା। ଆଜି ସକାଳେ ଅନିରାମ୍ ଗାଡି ର ଜରୁରୀ ସାମାନ ଆଣିବା ପାଇଁ ଘର ତାଲା ପକାଇ ଉମରକୋଟ ଯାଇଥିବା ବେଳେ ଦିନ ପ୍ରାୟ ୧ ଘଣ୍ଟ ସମୟରେ ଘରେ ନିଆ ଲାଗି ଯାଇଥିଲା। ଘର ମଧ୍ୟରେ ଦୁଇଟି ବାଇକ୍, ଜେନେରେଟର, ଗାଡି ତେଲ ସହ ବହୁ ମୂଲ୍ୟବାନ ସାମାନ ରହିଥିଲା। ଘର ମଧ୍ୟରେ ନିଆ ଲାଗିବା ପରେ ପୋଡଶି ଲୋକ ଏହା ଦେଖି ତୁରନ୍ତ ଡାବୁଗାଁ ଦମକଳ କେନ୍ଦ୍ର କୁ ଖବର ଦେଇଥିଲେ। ଦମକଳ ବାହିନୀ ତୁରନ୍ତ ଆସି ଅନୀରାମ ର ଘର ମଧ୍ୟରେ ଲାଗିଥିବା ନିଆ କୁ ଆୟତ କରିଥିଲେ ସୁଦ୍ଧା ଘର ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ରାଜସ୍ବ ବିଭାଗ ତରଫରୁ ଅନୀରାମ୍ପ କୁ ପଲିଥିନ ଦେଇଛନ୍ତି। ଆନିରାମ ଜଣେ ଗରିବ ପରିବାରରୁ ହୋଇଥିବାରୁ ପ୍ରଶାସନ ତରଫରୁ କ୍ଷୟ କ୍ଷତି ଆକଳନି କରି ସାହାଯ୍ୟ ସହଯୋଗ କରିବାକୁ ସ୍ଥାନୀୟ ବାସିନ୍ଦା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.