ବୁଢ଼ୀବାହାଲ ଗାଁ ରେ ବାରହା ଆକ୍ରମଣ ରେ ବୃଦ୍ଧା ଗୁରୁତର

4

ଖପ୍ରାଖୋଲ ୧୧/୫(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଂଚାୟତ ବୁଢ଼ୀବାହାଲ ଗାଁ ରେ ସୁବିଧା ବିଶ୍ୱାଳ (65)ନାମକ ଜଣେ ବୃଦ୍ଧା ରବିବାର ଦିନ କ୍ଷେତ କୁ ଛେଳି ଚରାଇବାକୁ ଯାଇଥିବା ଵେଳେ ହଠାତ ବାରହା ଟି ଆସି ଆକ୍ରମଣ କରିଥିଲା I ବାରହା ଆକ୍ରମଣ ରେ ବୃଦ୍ଧା ଜଣକ ଗୁରୁତର ହୋଇ ପଡ଼ିଥିବା ଵେଳେ ପାଖରେ ପାଖରେ ଗାଁ ର ଅନ୍ୟ ଦୁଇ ଜଣ ଛେଳି ଚରାଳି ଗାଁ କୁ ଆସି ଖବର ଦେଇଥିଲେ I ପରେ ଗୁରୁତର ବୃଦ୍ଧା ଙ୍କୁ ବୁଢ଼ୀବାହାଲ ଗାଁ ର ସାମ୍ବାଦିକ ହେମସାଗର ସାହୁ ଓ ଗୋବିନ୍ଦ ବିଶ୍ୱାଳ ଆମ୍ବୁଲାନ୍ସ ସାହାଯ୍ୟରେ ପାଟଣାଗଡ ସ୍ଥିତ ଉପଖଣ୍ଡ ଡାକ୍ତର ଖାନା କୁ ନେଇ ଚିକିତ୍ସା କରାଉଥିବାର ଜଣା ପଡିଛି I ସୂଚନା ଯୋଗ୍ୟ ଯେ ଗତ କିଛି ବର୍ଷ ହେଲା ଖପ୍ରାଖୋଲ ଅଂଚଳ ରେ ବାରହା ଆକ୍ରମଣ ରେ ଅନେକ ଲୋକ ଗୁରୁତର ହୋଇଥିବା ଵେଳେ ଫସଲ ଅମଳ ସମୟ ରେ ଦଳ ଦଳ ହୋଇ ବାରହା ମାନେ ଫସଲ ନଷ୍ଟ କରୁଥିବା ନଜର କୁ ଆସୁଛି ଏପରି କି ଅନେକ ସମୟରେ ବାରହା ମାନେ ଗାଁ ଭିତର କୁ ପଶି ଆସି ଉତ୍ପାତ ମଚାଉଥିବା ଦେଖିବାକୁ ମିଳୁଛି I ଗୁରୁତର ବୃଦ୍ଧା ଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ସରକାରୀ ସ୍ତରରେ ମିଳୁଥିବା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି I

Leave A Reply

Your email address will not be published.