ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଚୁଡାନ୍ତ ପ୍ରସ୍ତୁତି ବୁଲି ଦେଖିଲେ ଜିଲ୍ଲାପାଳ,

5

ରାଜ୍ୟପାଳ ଙ୍କ ଗସ୍ତ କୁ ନେଇ ତତ୍ପରତା

ଖପ୍ରାଖୋଲ ୬/୫(ହେମସାଗର ସାହୁ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୂଖ ପୂଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ଆଗାମୀ ୮ ତାରିଖ ରୁ ୧୨ ତାରିଖ ଯାଏଁ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଚୁଡାନ୍ତ ପ୍ରସ୍ତୁତି ର ତଦାରଖ ଜିଲ୍ଲାପାଳ ଗୌରବ ଶିବାଜୀ ଇସବୱାଲ ମଙ୍ଗଳବାର ହରିଶଙ୍କର ଗସ୍ତକରି ଦେଖିଥିଲେ। ଏହି ଅବସରରେ ପ୍ରଥମେ ପ୍ରଦର୍ଶନୀ ପଡ଼ିଆ, ମନ୍ଦିର ପରିସର, ଝରଣା କୁଳ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବା ମଞ୍ଚ, ମାନ୍ୟବର ମହାମହିମ ଓଡ଼ିଶାର ରାଜ୍ୟପାଳ ଡ଼ ହରିବାବୁ କମାମପଟ୍ଟି ଙ୍କ ଗସ୍ତ ର ମଧ୍ୟ ତଦାରଖ ସହିତ ହେଲିପ୍ୟାଡ ପଡିଆ, ରହଣି ସ୍ଥଳ ବୁଲି ଦେଖିଥିଲେ। ଆଗାମୀ ମେଳା ସଫଳତା ପାଇଁ ସମସ୍ତେ ଉଦ୍ୟମ କରିବାକୁ କହିବା ସହିତ ପ୍ରଥମ ଥର ରାଜ୍ୟର ମହାମହିମ ରାଜ୍ୟପାଳ ମେଲା କୁ ଆସୁଥିବାରୁ ସୁବ୍ୟବସ୍ଥା ପାଇଁ ଆଲୋଚନା କରିଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡ ବିଜୟାନନ୍ଦ ସେଠୀ,ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ମେହେର,ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ,ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର,ପାଟଣାଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ଆସିଷ୍ଟାଣ୍ଟ କଲେକ୍ଟର ପଦ୍ମନାଭ ମହାରଣା,ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ,ପାଟଣାଗଡ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅରୁଣ କୁମାର ଟେଟେ, କନିଷ୍ଟ ଯନ୍ତ୍ରୀ ଅମିତ କୁମାର ସାମଲ, ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ଦେବଦତ୍ତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ସମ୍ବିତ ପରିଡ଼ା, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ,ସୂର୍ଯ୍ୟଭାନୁ ମେହେର, ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଶ୍ୟାମ କୁମାର, କନିଷ୍ଠ ଯନ୍ତ୍ରୀ ଚିନ୍ମୟ ପ୍ରଧାନ,ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର,ଦେବୋତ୍ତର କମିଟି ସଦସ୍ୟ ଶଶି ପୁଝାରୀ, ଅଭୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ।

Leave A Reply

Your email address will not be published.