ମହିଳାଙ୍କୁ ଅସଦାଚରଣ : ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ

6

ଓଡ଼ଗାଁ,୫।୫(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ପଥରାପଲ୍ଲୀ ଗାଁର ଜଣେ ଯୁବକ ଜନୈକ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ଗାଁ ପୋଲିସ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲେ। ଜାମିନ ଖାରଜ ହେବାରୁ ଯୁବକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଯୁବକ ଜଣକ ହେଲେ ଡାକ ଓରଫ୍ କନ୍ଦର୍ପ ପ୍ରଧାନ(୨୫)। ଅଭିଯୋଗ ଅନୁସାରେ ଗତ ୩ ତାରିଖ ରାତିରେ ଅନ୍ଧାରର ସୁଯୋଗ ନେଇ କନ୍ଦର୍ପ ମହିଳାଙ୍କ ଘରେ ପଶି ତାଙ୍କ ପ୍ରତି ଦୈହିକ ଆକ୍ରମଣ କରିଥିଲେ। ଏବଂ ଏ ସମ୍ପର୍କରେ କାହାକୁ ସୂଚନା ନଦେବା ପାଇଁ ଧମକ ଦେଇଥିଲେ।ମହିଳା ଜଣକ ଏନେଇ ୪ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ୧୨୭/୨୦୨୫ରେ ଏକ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରିଥିଲେ।

Leave A Reply

Your email address will not be published.