ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ସୀତାଙ୍କ ଜନ୍ମ ଦିବସ ପାଳିତ

6

ଓଡ଼ଗାଁ,୫।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ସ୍ବର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଆଜି ପବିତ୍ର ବୈଶାଖ ଶୁକ୍ଲ ନବମୀ ତିଥଥିରେ ମା’ ସୀତାଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ବୈଦିକ ବ୍ରାହ୍ମଣ ଶିବରାମ ଷଡ଼ଙ୍ଗୀ ଦ୍ଵାରା ସୀତା ଜନ୍ମ କର୍ମାଙ୍ଗ ଅନୁଷ୍ଠିତ ହୋଇଥିଲା। ଆଜି ଭୋର ସାଢେ ୪ଟାରେ ଦ୍ବାରଫିଟା ଯାଇ ସମସ୍ତ ଶୋଧନ ନୀତି ସରିବା ପରେ ୫ଟାରେ ମଙ୍ଗଳ ଆଳତି, ପଞ୍ଚାମୃତ ସ୍ନାନ, ମହାସ୍ନାନ, ଅବକାଶ, ମଇଲମ, ତଡପଲାଗି, ଚନ୍ଦନଲାଗି ଏବଂ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଶ୍ରୀଭଗବତ ଜୀଉ ପୂଜା ଓ ୭ଟାରେ ବଲ୍ଲଭ ନୀତି ସମ୍ପୂର୍ଣ କରାଯାଇଥିଲା ସକାଳ ୯ ଟାରେ ଖେଚୁଡିଧୂପ, କର୍ପୁର ଆଳତୀ, ମହା ଆଳତୀ, ଚାମର । ସେବା ପରେ ଗମ୍ଭିରା ଓ ୧୦ଟା ଗତେ ଭୋଗ ମଣ୍ଡପରେ ଦେବୀ ସୀତାଙ୍କ ଜନ୍ମ ବିଧାନ ଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ମା’ଙ୍କ ବିଜେ ପ୍ରତିମା ରତ୍ନବେଦୀରୁ ଜନ୍ମ ମଣ୍ଡପକୁ ବିଜେ କରିଥିଲେ । ପ୍ରତିମାକୁ ଏକ ରୂପା ହାଣ୍ଡି ରଖ୍ ଅଟା, ପଞ୍ଚାମୃତ, ଗୁଡ, ମହୁ ଓ ଓ ଘିଅର ସମିଶ୍ରଣରେ ନାଭି ପ୍ରସ୍ତୁତ କରାଯାଇ ପାଟବସ୍ତ୍ରରେ ଆଚ୍ଛାଦିତ କରି ରଖାଯାଇଥିଲା । ପୁରୋହିତଙ୍କ ଜନ୍ମବିଧାନ ନୀତି ଅନୁସାରେ ରୂପା ଛୁରୀରେ ନାଭି ଛେଦନ କରାଯାଇ ବିଜେ ପ୍ରତିମାଙ୍କୁ ସୂର୍ଯ୍ୟଦର୍ଶନ, ମହାସ୍ନାନ, ଷକ୍ଷ୍ମୀ ଦେବୀଙ୍କ ପୂଜା, ଷୋଡ଼ଶ ଉପଚାର ପୂଜା ଓ ଦୋଳିରେ ବସାଇ ବନ୍ଦାପନା ( ଦୋଳିକା ଉତ୍ସବ) ସାରିବା ପରେ ରତ୍ନବେଦୀକୁ ବିଜେ କରାଯାଇ ଅନ୍ନଧୂପ ଓ ଆଳତୀ ପରେ ପହୁଡ ପଡିଥିଲା । ସୀତାଙ୍କ ଜନ୍ମ ବିଧାନ ଦେଖିବା ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପାସକ ଙ୍କ ସମାଗମ ହୋଇଥିଲା । ଆଜିର ପାଳିଆ ପଣ୍ଡା ନାରାୟଣ ମହାପାତ୍ର ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ବାରା ସମସ୍ତ ନୀତିକାର୍ଯ୍ୟ ସମ୍ପାଦିତ ହୋଇଥିଲା।

Leave A Reply

Your email address will not be published.