ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଦ୍ବାରା ସ୍ଥାନୀୟ ନଗର ଭବନ (ଟାଉନ୍ ହଲ୍) ଠାରେ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି।
ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ଉଦଘାଟନୀ ସମାରୋହରେ ଉଦଘାଟକ ଭାବେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ତଥା ନାଟ୍ୟ ଉତ୍ସବର ଆବାହକ କେ.ନାରାୟଣ ରାଓ , ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ , ସମ୍ମାନୀତ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଓ ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଅନୁଷ୍ଠାନର ଉପ ସଭାପତି ଏମ.ପୃଥିବୀ ରାଜ ପ୍ରମୁଖ ମଞ୍ଚାସୀନ ଥିଲେ।
ଉପାନ୍ତ ଅଞ୍ଚଳରେ ଭଲ ପ୍ରେଖ୍ୟାଳୟ ନଥିବା ସତ୍ତ୍ୱେ ଦୀର୍ଘ ବର୍ଷ ହେଲା ନାଟକ ପରମ୍ପରା ବଜାୟ ରଖିବା ଓ ବିଭିନ୍ନ ସ୍ଥାନରେ ନାଟକ ପରିବେଷଣ କରି ଜିଲ୍ଲା କୁ ସୁନାମ ଅର୍ଜନ ପାଇଁ ଅତିଥି ମାନେ ପ୍ରଶଂସା କରିଥିଲେ। ଆୟୋଜକ ମାନଙ୍କ ପକ୍ଷରୁ ସ୍ଥାୟୀ ରଙ୍ଗମଞ୍ଚ ଓ ସଂସ୍କୃତି ଭବନ ସଠିକ ସ୍ଥାନ ରେ ନିର୍ମାଣ ନିମନ୍ତେ ଦାବୀ ଉଠିଥିଲା। ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଉଦଘାଟନୀ ସଭା କୁ ସଭାପତିତ୍ବ କରିଥିବା ବେଳେ ଯୁଗ୍ମ ସଂପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ସଂପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ ଆୟୋଜକ କ୍ରିଏଟିଭ୍ ଆର୍ଟସ୍ ଅନୁଷ୍ଠାନ ର କଳାକାର ମାନେ ନାଟକ “ଶେଷଇଚ୍ଛା” ପରିବେଷଣ କରିଥିଲେ। ମଣିଷ ବାପା ମା ଙ୍କ ଠାରୁ ଜନ୍ମ ନିଏ ଆଉ ବଡ ହେବା ପରେ ପୁଅ ଚାକିରୀ କରି ବାପା ମାଆ ଙ୍କୁ ଭୁଲି ଯାଏ , ଆଉ ଝିଅ ଶାଶୁ ଘରକୁ ଯାଇ ଭୁଲେ, ତେବେ ପରିଣତ ବୟସ ରେ ବାପା ମା ପହଞ୍ଚିଲା ପରେ ସମ୍ପତ୍ତି ଲୋଭ ରେ ପୁଣି ଫେରନ୍ତି ପିଲାମାନେ ହେଲେ ମଣିଷ ସ୍ୱାର୍ଥପର ହୋଇଗଲା ପରେ ବାପା ମାଆ ଙ୍କ ଶେଷ ଇଚ୍ଛା କଣ ପୁରଣ କରିପାରନ୍ତି ନା କେବଳ ସମ୍ପତ୍ତି ଲୋଭ ରେ ଘରକୁ ଆସିଥାନ୍ତି , ଏଭଳି ଏକ ସୁନ୍ଦର କାହାଣୀକୁ ନେଇ ନାଟକ “ଶେଷଇଚ୍ଛା” ମଞ୍ଚସ୍ଥ ହୋଇଥିଲା। ନାଟକ କୁ ପ୍ରଭାକର ପାତ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମନୋଜ ପାଢ଼ୀ ଓ ଆଦର୍ଶ ଦାସ , ସଙ୍ଗୀତ ରେ ଗୁରୁ ରଘୁନାଥ ପାତ୍ର ଏବଂ ମାଷ୍ଟର ଅରୁଣ ଓ ଅଭିନୟ ରେ ନୃସିଂହ ଚରଣ ପଟ୍ଟନାୟକ , ମନୋଜ ପାଢ଼ୀ , ଆଦର୍ଶ ଦାସ , ହରିହର ପଟ୍ଟନାୟକ , ଏମ.ପୃଥିବୀରାଜ , ଇନ୍ଦିରା ପଟ୍ଟନାୟକ , ମମତା ପାଢ଼ୀ , ମାତଙ୍ଗିନୀ ଗୁରୁ , ଜଟିଆ ଗୌଡ , ହର ତ୍ରିପାଠୀ , ସତ୍ୟ ପଢିୟାରୀ , ସୁଜିତ୍ ପାଣିଗ୍ରାହୀ , ହରିହର ପଟ୍ଟନାୟକ , ସୁଦାମ ବରାଡ , ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଅଭିନୟ କରି ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ସମ୍ମୁଖରେ ବାନ୍ଧି ରଖିବା ସହ ମନ ଜିଣିଥିଲେ।
Sign in
Sign in
Recover your password.
A password will be e-mailed to you.