ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କିପାଲି ଗ୍ରାମର ଗଣ୍ଡାପଡ଼ା ଠାରେ ତିନି ଦିନ ଧରି ଚାଲିଥିବା ଗତ ୩୦ ତାରିଖ ବୁଧବାର ଦିନ ରୁ ଆରମ୍ଭ ହୋଇଥିବା ମନ୍ଦିର ପତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଶୁକ୍ରବାର ଉଦଯାପିତ ହୋଇଯାଇଛି | ପଡ଼ାରେ ଥିବା ଶିବ ମନ୍ଦିର ଓ ହନୁମାନ ମନ୍ଦିରର ପତିଷ୍ଠା କରାଯାଇଛି |ଶିବ ମନ୍ଦିର ପତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ବୈଷ୍ଣବ ବାଗ ତାଙ୍କଧର୍ମପତ୍ନୀ ଚନ୍ଦ୍ରକାନ୍ତି ବାଗ, ସୁରେଶ ବାଗ ତାଙ୍କ ପତ୍ନୀ ରୁକ୍ମଣୀ ବାଗ, ଗଣେଶ ନାଗ ତାଙ୍କ ପତ୍ନୀ ଫଗନି ନାଗ ,ରହିତ ବାଗ ତାଙ୍କ ପତ୍ନୀ ରିତା ବାଗ, ସୁରେନ୍ଦ୍ର ନାଗ ତାଙ୍କ ପତ୍ନୀ ମିନ ନାଗ, ସିଦ୍ଧି ବାଗ ତାଙ୍କ ପତ୍ନୀ ଲକ୍ଷ୍ମୀ ବାଗ, ରାତୁ କୁମ୍ଭାର ତାଙ୍କ ପତ୍ନୀ ଜୟନ୍ତୀ କୁମ୍ଭାର ଦାୟତ୍ୱ ତୁଲାଇ ଥିଲେ |ସେହିପରି ହନୁମାନ ମନ୍ଦିର ପତିଷ୍ଠା ଉତ୍ସବରେ କର୍ତ୍ତାଭାବେ ଚକ୍ର ସିକା ତାଙ୍କ ପତ୍ନୀ ସବିତା ସିକା ଓ ରାଜେଶ ସିକା ତାଙ୍କ ପତ୍ନୀ ନିକିତା ସିକା ଦାୟତ୍ୱ ତୁଲାଇଥିବା ବେଳେ ୧୬ ପହରୀ ନାମଯଜ୍ଞରେ କର୍ତ୍ତା ଭାବେ ଗୋପ ବାଗ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ବାଗ ଦାୟତ୍ୱ ତୁଲାଇ ଥିଲେ |ନାମ ଯଜ୍ଞକୁ ଜୁଲୁଣ୍ଡା ଗ୍ରାମର ମହିଳା କୀର୍ତ୍ତନ ଉଦଣ୍ଡଦଳ,ବ୍ରାହ୍ମଣୀପାଲି,ଗୁଲୁଣ୍ଡା ଓ ଚମ୍ପାଡୁଲୀ ଗ୍ରାମର କୀର୍ତ୍ତନ ଦଳ ଅଂଶଗ୍ରହଣ କରି ନାମଯଜ୍ଞ ପରିବେଷଣ କରିଥିଲେ | ନାମଯଜ୍ଞର ପୂଜକ ଅନ୍ତ ଛତ୍ରିଆ ଓ ପ୍ରେମାନନ୍ଦ ବିଶ୍ୱାଳ ପୂଜାଅର୍ଚନା ରେ ନିୟୋଜିତ ଥିଲେ |ହରେ କୃଷ୍ଣ, ହରେ ରାମ ଧ୍ୱନୀରେ ନାମଯଜ୍ଞ ମଣ୍ଡପ ପ୍ରକମ୍ପିତ ହୋଇଉଠିଥିଲା |ତିନି ଦିନ ଧରି ଅର୍ଣ୍ଣ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା | ଏହି ମନ୍ଦୀର ଉତ୍ସବରେ ଡୁଙ୍ଗୁରିପାଲିର ସାମ୍ବାଦିକ ପ୍ରକାଶ ହାତୀ, ସାମ୍ବାଦିକ ସୁଦାମ ସାହୁ, ସାମ୍ବାଦିକ ଦୀନବନ୍ଧୁ ସୁନାଙ୍କୁ କମିଟି ପକ୍ଷରୁ ଉପଢ଼ୌକନଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା |ନାମଯଜ୍ଞ କମିଟିର କନିଷ୍ଠ ଦୀପ,ଭୁଟ ସିକା,କୃଷ୍ଣ ନାଗ,ସୁମିତ୍ରୀ ସିକା, ପଞ୍ଚା କୁମ୍ଭାର, କ୍ଷମାନିଧି ବାଗ, କଚିରି ସିକା , ଗୋବିନ୍ଦ ବାଗ, ଜଗଦିଶ ନାଗ,,ଉଦ୍ଧବ ନାଗ, ଫାଳଗୁନୁ ନାଗ, ଅଗସ୍ତି ବାଗ, ସୁରେଶ ମହାନନ୍ଦ, ଭାଗରଥୀ ସୁନା, ହଡ଼ା ସୁନା,ଯେଠୁ ବାଗ ଙ୍କ ସହ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ସହଯୋଗ କରିଥିଲେ |ସନ୍ଧ୍ୟାରେ ବୈଠକି କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା | ହଜାର ହଜାର ସଂଖ୍ୟା ରେ ଦର୍ଶକ ଙ୍କ ଭିଡ଼ଲାଗି ରହିଥିଲା ଏହି ନାମଯଜ୍ଞ ବୁଧବାର ରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଛି, ରାତିରେ ବୈଠକି କୀର୍ତ୍ତନ ପରିବେଷଣ ରାତି ତମାମ ହୋଇ ଥିଲା |
Sign in
Sign in
Recover your password.
A password will be e-mailed to you.