ବେଲଗୁଣ୍ଠା ବ୍ଳକ୍ ର ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ; A1 ଗ୍ରେଡ୍ ରେ ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଦୁଇ ଛାତ୍ର

5

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଅପରାହ୍ଣରେ ପ୍ରକାଶ ପାଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ସାର୍ଟିଫିକେଟ ପରୀକ୍ଷା ଫଳ I ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ଫଳ 98.10 ରହିଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ରେ ମଧ୍ୟ ଏହି ପରୀକ୍ଷା ଫଳ ଉତ୍ସାହ ଜନକ ରହିଛି I ବ୍ଳକ୍ ର ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଦୁଇ ଛାତ୍ର A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବ୍ଳକ୍ ପାଇଁ ଗୌରବ ଆଣିଦେଇଛନ୍ତି I ବିଦ୍ୟାଳୟର ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ମୋଟ 600 ନମ୍ବର୍ ରୁ ସର୍ବାଧିକ 548 ନମ୍ବର୍ ରଖି A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ସାଇପ୍ରେମ୍ ତ୍ରିପାଠି 541 ନମ୍ବର୍ ରଖି A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି I ଆଦିତ୍ୟ ନାରାୟଣ ହେଉଛନ୍ତି ବାଲିଭାଗ ଗ୍ରାମର ଶମ୍ଭୁ ପ୍ରସାଦ ଗୌଡ଼ ଏବଂ ଶିବାନି ଗୌଡ଼ଙ୍କ ସୁପୁତ୍ର I ସେହିପରି ସାଇପ୍ରେମ୍ ହେଉଛନ୍ତି ନେଟେଙ୍ଗା ଗ୍ରାମନିବାସୀ ବୈଦ୍ୟନାଥ ତ୍ରିପାଠି ଏବଂ ରୀତା ତ୍ରିପାଠୀଙ୍କ ସୁପୁତ୍ର I ଉଭୟ ଛାତ୍ର ଦୈନିକ 13 ରୁ 14 ଘଣ୍ଟା ପରିଶ୍ରମ କରୁ୍ଥିବା ବେଳେ ସେମାନେ ନିଜ ସଫଳତାର ଶ୍ରେୟ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଟ୍ୟୁସନ୍ ଶିକ୍ଷକ ଏବଂ ନିଜ ପିତା ମାତାଙ୍କୁ ଦେଇଛନ୍ତି I ଉଭୟ ଛାତ୍ର ଭବିଷ୍ୟତରେ ଆଇଆଇଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି I ସେହିପରି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସୁଶ୍ରୀ ଅମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀ ସର୍ବାଧିକ 557 ମାର୍କ ରଖି A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟରେ ଖୁସିର ଲହରୀ ଖେଳାଇ ଦେଇଛନ୍ତି I ସେହିପରି ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ପରୀକ୍ଷା ଫଳ ଶତପ୍ରତିଶତ ରହିଛି I ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ,ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ, ଇଙ୍ଗିନାଠୀ ଯୁଗ ନିର୍ମାଣ ଉଚ୍ଚ ବିଦ୍ୟାଳୟ,ବୋରିପଦର ଶ୍ରୀ ଶାକମ୍ବରୀ ବିଦ୍ୟାପୀଠ,କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ନାରାୟଣ ପୃଷ୍ଟି ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ,ଘୁ. ନୁଆଁଗାଆଁ ଡକ୍ଟର୍ ଏସ୍.ଟି ବିଦ୍ୟାପୀଠ,ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ,ମଙ୍ଗଳପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବେଣୀପଲ୍ଲୀ ଶ୍ରୀ ଗୋପୀନାଥ ସ୍ୱାମୀ ବିଦ୍ୟାପୀଠ,ଧୂମୂଛାଇ ଉଚ୍ଚ ବିଦ୍ୟାଳୟ ଏବଂ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଫଳ ଶତପ୍ରତିଶତ ରହିଥିବା ବେଳେ ବିଜୟଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟ, ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ,ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କ୍ଷତ୍ରିୟବରପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଛି I ସଫଳତା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

Leave A Reply

Your email address will not be published.