ଗଜପତି ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଅର୍ଥର ଅଭାବ ନାହିଁ କି ବାଧକ ହେବନି : ପ୍ରତାପ

0

 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ

 ଦୁଇଟି ଉନ୍ନୟନ କାର୍ଯ୍ୟର ଉଦ୍‍ଘାଟନ ଏବଂ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯୋଗଦେଲେ

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ  ମନ୍ତ୍ରୀ ପ୍ରତାପ ଜେନା ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଦୁଇଟି ଉନ୍ନୟନ କାର୍ଯ୍ୟକ୍ରମ ଉଦ୍‍ଘାଟନ କରିବା ସହ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ ମୁଖ୍ୟ ଚିକିତ୍ସାଳୟ ଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର ଦୁଇଟିର ଶୁଭ ଉଦ୍‍ଘାଟନ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ଜେନା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ଜିଲ୍ଲା ଯୋଜନା କମିଟି ବୈଠକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟତଃ ତିତଲି ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ମରାମତି , ଥଇଥାନ ଓ ଉଦ୍ଧାର କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ । ଏଥିରେ ଯୋଜନା ବିଭାଗ ଉପନିର୍ଦ୍ଦେଶକ କୁଳମଣି ରାଉତ ଯୋଗ ଦେଇ କୃଷି, ଗ୍ରାମୀଣ ବିକାଶ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି, ଶିଳ୍ପ, ପରିବହନ, ବିଜ୍ଞାନ ପ୍ରଯୁକ୍ତ ଓ ପରିବେଶ, ନିରାପତ୍ତା ଓ ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରେ ୨୦୧୮-୧୯ ବର୍ଷ ପାଇଁ  ୭୪୯ କୋଟି ୯୦ଲକ୍ଷ୭୮ହଜାର ଟଙ୍କା ବ୍ୟୟ ଅଟକଳ ଯୋଜନା ରଖିଥିବା କହିଥିଲେ । ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେଯେ ଗଜପତି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସହାୟ ଯୋଜନାରେ ଦୁଇଗୋଟି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗୋଟିଏରେ ସମସ୍ତଙ୍କୁ ମାଗଣାରେ ଡାଏଲସିସ ସୁବିଧା ଏବଂ ଅନ୍ୟଟିରେ ଯେଉଁଠାରେ କି ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତର ପିଲାମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା  ଅନ୍ୟପକ୍ଷରେ ତିତଲି ବାତ୍ୟାରେ ଗଜପତି ଜିଲ୍ଲା ବହୁ ପ୍ରଭାବିତ ହେଲା ପରେ ଏବଂ ଜିଲ୍ଲାର ଆହୁରି ଉନ୍ନତିର ଆବଶ୍ୟକତା ଥିବା ଯୋଗୁଁ ରାଜ୍ୟ ସରକାର ସବୁବେଳେ ଗଜପତି ଜିଲ୍ଲାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଏହି ଯୋଜନା ବୋର୍ତ କମିଟି ବୈଠକରେ ସବୁଠାରୁ ଅଧିକ ଭାବେ ତିତଲି ପ୍ରଭାବିତ ଅଞ୍ଚଳରେ ମରାମତି ଓ ଥଇଥାନ ଓ ପୁନଃଉଦ୍ଧାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଏ ଦିଗରେ ସମସ୍ତ କାର୍ଯ୍ୟ ପ୍ରାୟତଃ ସରିଥିବା ବେଳେ ଯେଉଁଠି ଯାହା ବି ମରାମତି ଓ ପୁନଃଉଦ୍ଧାର କାର୍ଯ୍ୟ ରହିଯାଇଛି ବା ଅନ୍ୟାନ୍ୟ କାର୍ଯ୍ୟ ପିଇବା ପାଣି , ଚେକ୍‍ଡ୍ୟାମ, ବିଦ୍ୟୁତ ଆଲୋକ, ସ୍କୁଲ ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବଶ୍ୟକତା ରହିଯାଇଛି ତାକୁ କିଭଳି ଆବଶ୍ୟକ ଯୋଗାଇ ତାର ସମ୍ପୁର୍ଣ୍ଣ ଉନ୍ନତ କରିହେବ, ତାହା ରାଜ୍ୟ ସରକାରଙ୍କ ମୁଳ ଲକ୍ଷ୍ୟ । ଜିଲ୍ଲାକୁ ଉନ୍ନତ ପଥରେ ଆଗେଇ ନେବା ପାଇଁ କୌଣସି ପ୍ରକାର ଅର୍ଥର ଅଭାବ କି ବାଧକ ରହିବନି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଜରିଆରେ ଜିଲ୍ଲା ବାସୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ନିଶ୍ଚିତ ଭାବେ ଯୋଗାଇ ଦେବେ ବୋଲି କହିଥିଲେ  । ସାଂସଦ ଡ: ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ପାରଳା ବିଧାୟକ କେ.ସୁର୍ଯ୍ୟ ରାଓ, ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପିଡି ଚଞ୍ଚଲ ରାଣା ,ସିଡିଏମଓ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.