ଓଡ଼ଗାଁ,୩୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ଗତ ପଞ୍ଚାୟତିରାଜ ନିର୍ବାଚନରେ ନୟାଗଡ଼ ଜିଲ୍ଲା ୧ ନମ୍ବର ଜୋନ ପାଇଁ ବିଜେପି ଦଳର ପ୍ରାର୍ଥୀଭାବେ ଲଢ଼ୁଥିବା ଧରିତ୍ରୀ ସେଠୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହିତ ବିଜେପି ଦଳ ପାଇଁ ଓଡ଼ଗାଁ ବ୍ଳକ ଅଞ୍ଚଳରେ ଯୋରଦାର ପ୍ରଚାର ପ୍ରସାର କରିଥିବା ଦିଲ୍ଲିପ ବେହେରା ବିଜେପି ଦଳର ପ୍ରାଥମିକ ସଦସ୍ୟତାରୁ ବିଚ୍ୟୁତି ଗ୍ରହଣ କରିବା ସହିତ ନୟାଗଡ଼ ଜିଲ୍ଲା ବିଜେପି ଦଳର ଅନ୍ୟତମ ଉପ ସଭାପତି ପଦକୁ ଇସ୍ତଫା ପ୍ରଦାନ କରିଛନ୍ତି । ତାଙ୍କର ଇସ୍ତଫା ପତ୍ର ଜିଲ୍ଲା ଏବଂ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଛନ୍ତି । ଦିନେ ଦିଲ୍ଲିପ ବେହେରା ଓଡ଼ଗାଁ ବ୍ଳକ କୁରାଳ ମଣ୍ଡଳରେ ବିଜେପିର ସଂଗଠନ ବୃଦ୍ଧି କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରି ବିଜେଡିର ପ୍ରଭାବି ଗଡ଼ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଧରିତ୍ରୀ ସେଠୀଙ୍କ ପାଇଁ ୮ ହଜାର ଭୋଟ ସଂଗ୍ରହ ପାଇଁ ସକ୍ଷମ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନର ବିଜେପି ଦଳ ଓଡ଼ିଶା ଶାସନଭାର ଗ୍ରହଣ କଲା । ପରିବର୍ତ୍ତିତ ପରିସ୍ଥିତିରେ ବିଜେପି ବିଚାରଧାରାକୁ ଭଲପାଉଥିବା ଦିଲ୍ଲିପଙ୍କର ଦଳରୁ ଇସ୍ତଫା ଦେବା ବିଜେପିର ଆଭ୍ୟନ୍ତରୀଣ କଳହକୁ ପଦାରେ ପକାଇଛି ।
Sign in
Sign in
Recover your password.
A password will be e-mailed to you.