ନବରଙ୍ଗପୁର ତା ୩୦.୪.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ସହର ନିକଟସ୍ଥ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୀରଗାନ୍ଗୁଡା ଠାରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଭୂମି ପୂଜନ ଏବଂ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତି ସହ ବରିଷ୍ଠ ବୈଜ୍ଞାନିକ, କେ ଭି କେ ଚକ୍ରଧର ମିଶ୍ର , ଜଳଛାୟା ପ୍ରକଳ୍ପ ନିର୍ଦେଶକ କୃଷ୍ଣଚନ୍ଦ୍ର ମହାନ୍ତି, ନିର୍ଦେଶକ, ଉଦ୍ୟାନ ବିଭାଗ, ଡ଼କ୍ଟର ଦିଲ୍ଲୀପ କବିରାଜ ,ଜିଲ୍ଲା କୃଷି ଅଧିକାରୀ ନବରଙ୍ଗପୁର ଅନିଲ କୁମାର ପ୍ରହରାଜ, ଜିଲ୍ଲା କୃଷି ଅଧିକାରୀ ପାପଡାହାଣ୍ଡି ବିଶ୍ୱଜିତ ସାହୁ ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କୃଷି ବିଭାଗର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପୁରୋହିତ ଙ୍କ ଦ୍ଵାରା ଧରିତ୍ରୀ ମାତା ଙ୍କ ହୋମଯଜ୍ଞ ପରେ ମୁଖ୍ୟଅତିଥି ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ କର କମଳରେ ଭୂମି ପୂଜନ ଓ ଅକ୍ଷିମୁଠି ଅନୁକୂଳ କରିବା ସହ ଆନୁଷ୍ଠାନିକ ଭାବେ ଜମିରେ ହଳ କରିବାପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ ଚାଷୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାଝୀ ଏହି ପରିପ୍ରେକ୍ଷୀରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ର ଶୁଭେଚ୍ଛା ସହ ଚାଷୀ ମାନଙ୍କ ପାଇଁ ଏହି ବର୍ଷ ସୁଖ ସମୃଦ୍ଧି ର ବର୍ଷ ହେଉ ବୋଲି ଶୁଭ କାମନା ଜଣାଇଥିଲେ। ଏହି ଉପଲକ୍ଷେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସି ଏମ କିସାନ ଯୋଜନାରେ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମାରୋହର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ନବରଙ୍ଗପୁର ବ୍ଲକ ର ଦଇତାରୀ ମାଝୀ, ଝରି ଗାଁ ର ଲକ୍ଷ୍ମୀ ଭତରା, ନନ୍ଦାହାଣ୍ଡି ର ଭାସ୍କର ଗଉଡ ଙ୍କୁ ମକାମଞ୍ଜି ଛଡାଇବା ମେସିନ ( ମେଜ ହୁଳର) ପ୍ରଦାନ କରାଯାଇଥିଲା।୧୦ ଟି ବ୍ଲକ୍ ର ୧୦ ଜଣ ମକା ଚାଷୀଙ୍କୁ ଏଭଳି ମେସିନ ପ୍ରଦାନ କରାଯାଉଛି।
Sign in
Sign in
Recover your password.
A password will be e-mailed to you.