
ରାଉରକେଲା, (ବସନ୍ତ କୁମାର ଜେନା): ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳର ଖୁସିର ଲହର ଖେଳିଯାଇଛି। ରାଉରକେଲା ସହରର ସପ୍ତମ ତଥା ଛେଣ୍ଡ ଅଞ୍ଚଳରେ ଏହା ଦ୍ବିତୀୟ ଜନ ଔଷଧି କେନ୍ଦ୍ର। କେନ୍ଦ୍ର ର ମୁଖ୍ୟ ମାନୁଲିପା ବିଶ୍ବାଳ ଓ ଧନଞ୍ଜୟ ବିଶ୍ବାଳ ଙ୍କ ଆବାହକତ୍ଵ ରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ଏହା ଅଞ୍ଚଳବାସୀଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ରଖିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ହରିହର ରାଉତରାୟ, ସାମ୍ବାଦିକ ମନୋରଞ୍ଜନ ଦାଶ, ଶ୍ରମିକନେତା ବୈଦ୍ୟନାଥ ଦାସ ଯୋଗଦେଇ ନିଜସ୍ଵ ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ଏଠାରେ ପ୍ରତ୍ୟେକ ଡାକ୍ତରୀ ଔଷଧ ଉପରେ ୫୦ ପ୍ରତିଶତରୁ ୯୦ ପ୍ରତିଶତ ଛାଡ ମିଳିଥାଏ। ତେଣୁ ଏହାର ସୁଯୋଗ ନେବାପାଇଁ ଶ୍ରୀ ବିଶ୍ବାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀବତ୍ସ ସାମଲ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.