ବିଜେପୁର ହାଇସ୍କୁଲରେ ନାମଲେଖା: ଧାର୍ଯ୍ୟ ନିୟମରୁ ଅଧିକ ଟଙ୍କା ଅସୁଲ ଅଭିଯୋଗ

5

ବିଜେପୁର :-ଡ୍ରପ ଆଉଟ ତଥା ଅଧାରୁ ପାଠପଢା ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଁ ସରକାରୀ ସ୍ତରରେ ବହୁ ଯୋଜନା କାର୍ଯ୍ୟ କାରୀ ହେଉଛି l ଚଳିତ ଶିକ୍ଷା ବର୍ଷରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ମଧାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହୋଇଛି l ହେଲେ ସରକାରଙ୍କ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷଙ୍କ ବେପରୁଆ ଆଭିମୁଖ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣରେ ଅନ୍ତରାୟ ସୃଷ୍ଟି କଲା ଭଳି ମନେ ହେଉଛି l ବିଜେପୁର ହାଇସ୍କୁଲରେ ନବମ ଶ୍ରେଣୀରେ ନାମ ଲେଖା ପାଇଁ ସରକାରୀ ଧାର୍ଯ୍ୟ ନିୟମରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ପରେ ଏଭଳି ଆଲୋଚନା ଖୋରାକ୍ ଯୋଗାଇଛି l ଅଭିଯୋଗ ମୁତାବକ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପାଇଁ ବର୍ତ୍ତମାନ ନାମଲେଖା ହେଉଛି l ଉକ୍ତ ନାମଲେଖା ପାଇଁ ଜଣପ୍ରତି ୪୦୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି l ପୁଣି ବେସରକାରୀ ସ୍କୁଲ ପରି ନାମଲେଖା ପାଇଁ ଏକବାୟୋଡାଟା ଫର୍ମ ନେବାକୁ ବାଧ୍ୟ କରାଯାଉଛି l ଯାହାର ଦାମ କୋଡିଏ ଟଙ୍କା l ଅପରପକ୍ଷେ ଉକ୍ତ ନାମଲେଖା ପାଇଁ ଟଙ୍କା ଅସୁଲ କରାଯାଉଥିଲେ ସୁଦ୍ଧା ବିଦ୍ୟାଳୟ କର୍ତ୍ତୃପକ୍ଷ ଚତୁରତାର ସହିତ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ରସିଦ ଦେଉ ନଥୁବା ଅଭିଯୋଗ ହେଉଛି l ନାମଲେଖା ପାଇଁ ସବସିଡେରି ଫି ବାବଦକୁ ସରକାରୀ ଭାବେ ୧୨୯ ଟଙ୍କା ସଂଗ୍ରହ କରିବା ନିୟମ ରହିଥିବା ଜଣେ ହାଇସ୍କୁଲ ଶିକ୍ଷକ ନିଜ ନାମ ଗୋପନ ରଖୁବା ସର୍ଭରେ ପ୍ରକାଶ କରିଛନ୍ତି l ଉକ୍ତ ସବସିଡେରି ଫି ପାଇଁ ଟଙ୍କା ସଂଗ୍ରହ କଲେ ନିୟମ ଅନୁଯାୟୀ ରସିଦ ମଧ୍ଯ ଦେବା କଥା l ହେଲେ କେଉଁ ଉଦ୍ଦେଶ୍ୟ ନେଇ ଅଧିକ ଟଙ୍କ ଟଙ୍କା ସଂଗ୍ରହ କରାଯାଉଛି ତ ତାହା ତଦନ୍ତ ସାପେକ୍ଷ ବୋଲି ଅଭିଭାବ ମହଲରୁ ଦାବି ହେଉଛି l ଜିଲ୍ଲା ଶିକ୍ଷା ଅଧୁକାରୀ ଏହାର ହାର ବିଧବଦ୍ଧ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି lଏନେଇ ଶିକ୍ଷା ବିଭାଗ ର ବିଇଓ ବଲ୍ଲଭ ମେହେରଙ୍କୁ ପଚାରିବାରୁ ଅଭିଯୋଗର ର ତଦନ୍ତ କରାଯିବ ବୋଲି କହିଛନ୍ତି l

Leave A Reply

Your email address will not be published.