ନୂଆପଡା ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

6

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ସଦର ମହକୁମାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ସେକ୍ରେଟାରୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ନବନିତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ବକ୍ତା ହିସାବରେ ଏଡଭୋକେଟ ଗୌରିଶଙ୍କର ଶତପଥି, କୁମୁଦ କୁମାର୍ ହୋତା ଏବଂ ସଖି କେନ୍ଦ୍ର ପରିଚାଳିକା ତପସ୍ଵିନୀ ପଣ୍ଡା ନିଜର ମତ ରଖିଥିଲେ । ସମସ୍ତ ଅତିଥି ଓ ବକ୍ତା ଏଫ୍ ଆଇ ଆର୍, ବେଲ୍, ସମନ୍, ୱାରେଣ୍ଟ, ଅପିଲ, ବ୍ୟକ୍ତିର ଆଇନ୍ ଗତ ଅଧିକାର ଇତ୍ୟାଦି ଉପରେ ନୂଆ ଆଇନରେ ଥିବା ସମସ୍ତ ପ୍ରାବଧାନ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ଆଜିକାର ଏଇ ଆଇନ୍ ସଚେତନତା ଶିବିରରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ପୋଲିସ୍ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ , ବିଭିନ୍ନ ବିଭାଗୀୟ ଅଧିକାରୀ, ଆଇନ୍ ଶିକ୍ଷା ନବିଶ, ଟ୍ରେନି ପ୍ରଶାସନିକ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.