ଟଙ୍କପାଣି ପଞ୍ଚାୟତ ଜନ ଶୁଣାଣୀ ଶିବିରରେ ଚାଷୀ ଙ୍କ ଧାରଣା

5

ଖପ୍ରାଖୋଲ (ହେମସାଗର ସାହୁ): ସରକାର ଚାଷୀ ମାନଙ୍କୁ ତାଙ୍କର ଜମିରେ ମାଟି ଉନ୍ନତି କରଣ ପାଇଁ ୫0ହଜାର ଟଙ୍କା ଲେଖାଏଁ ଅନୁଦାନ ରାଶି ଯୋଗାଇ ଦେଉଛନ୍ତି ହେଲେ ପଞ୍ଚୟତ କତୃପକ୍ଷ ଅବହେଳା ଯୋଗୁ ଚାଷୀ ନିଜ ଜମିରେ ମାଟି କାମ କରାଇ ବର୍ଷ ବର୍ଷ ଧରି ଟଙ୍କା ପାଇନପାରି ଧାରଣ ପର୍ଯ୍ୟନ୍ତ କଥା ଯାଉଛି ଏପରି ଘଟଣା ଦେଖା ଦେଇଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚୟତ ରେ l ତା ୨୮/,0୪/୨୫ସୋମବାର ଦିନ ଏହି ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଶିବିର ହୋଇ ଥିଲା l ଶିବିର ରେ ଖପ୍ରାଖୋଲ ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ରାଉତରାୟ, ଗ୍ରାମପଞ୍ଚାୟତ ସାମ୍ପ୍ରସାରାଣ ଅଧିକାରୀ ପରାମଶ୍ୱର ନାଏକ, ସରପଞ୍ଚ ସୁନାଫୁଲ ବାଗ ସି ଡି ପି ଓ ଅମିତା ରାଣୀ ପଣ୍ଡା, ଆର ଡବ୍ଲୁ ଏସ ଏସ କନିଷ୍ଠ ଯନ୍ତ୍ରୀ ଚିନ୍ମୟ ପଧାନ ଓ ବିଭିନ୍ନ ବିଭାଗର କର୍ମଚାରୀ ଯୋଗଦେଇ ହିତାଧିକାରୀ ମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରୁଥିଲେ l ଏହି ସମୟରେ ପତ୍ରାପାଲି ଗ୍ରାମର ଚାଷୀ ମାନେ ଆସି ଧାରଣା ରେ ବସି ଥିଲେ l ତାଙ୍କର ଧାରଣାରେ ବସିବାର କାରଣ ହେଲା ସେହି ଗ୍ରାମର ଚାଷୀଙ୍କୁ ୨0୨୧/୨୨ଆର୍ଥିକ ବର୍ଷରେ ମନରେଗା ଯୋଜନା ରେ ଜମି ଉନ୍ନତି କାରଣପାଇଁ କାର୍ଯ୍ୟାଦେଶ ଦିଆ ଯାଇଥିଲା l ସେମାନେ କିଏ ଧାର କରଜ କରି କିଏ ସୁନା ବନ୍ଧା ପକାଇ ନିଜ ନିଜ ଜମିରେ ମାଟି ଉନ୍ନତି କରାଇଥିଲେ ହେଲେ ପରିତାପର ବିଷୟ କିଏ ସମ୍ପୂର୍ଣ ଟଙ୍କା ପାଇଥିବା ବେଳେ ଅନେକ ଚାଷୀ ସମ୍ପୂର୍ଣ ଟଙ୍କା ପାଇପାରି ନାହାନ୍ତି l ସେଥିପାଇଁ ସେମାନେ ଟଙ୍କା ମିଳିବାକୁ ନେଇ ଧାରଣା ରେ ବସିଥିବା ଜଣା ପଡିଥିଲା l ଖପ୍ରାଖୋଲ ଏ ଇ କୁଳମଣି ଭୋଇ ଧାରଣାରେ ବସିଥିବା ଚାଷୀଙ୍କୁ କହିଥିଲେ ଆପଣ ମାନଙ୍କ କାଗଜ ପତ୍ର ତନଖି କରି ଟଙ୍କା ପାଇବାର ବ୍ୟବସ୍ଥା କରାଯିବ l ଜେ ଇ ରାଜକିଶୋର ନାଏକ ଧାରଣା କାରୀଙ୍କୁ କହିଲେ ଜଣେ ଚାଷୀ ଙ୍କୁ ୫0ହଜାର ଟଙ୍କା ମିଳିଛି ଅନ୍ୟ ଚାଷୀ ମାନଙ୍କ ଟଙ୍କା ମିଳିବାର ବ୍ୟବସ୍ଥା କରିବା ପାଇଁ ଗ୍ରାମର ଗାଁ ସାଥି, ଜି ଆର ଏସ କୁ ଫୋନ ଯୋଗେ କହିଛି ବୋଲି କହିଥିଲେ l 

Leave A Reply

Your email address will not be published.