ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ଆଜି ନୂଆପଡାରେ ସମବାୟ ବିଭାଗ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗେଶ୍ଵର ଭୋଇ ପ୍ରମୁଖ ଯୋଗଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ଚକ୍ରର ବିଷୟ ବସ୍ତୁ ଥିଲା ଓଡ଼ିଶାର ସମବାୟ ଆନ୍ଦୋଳନରେ ମଧୁସୂଦନ ଦାସଙ୍କ ଅବଦାନ। ବକ୍ତା ହିସାବରେ ନୂଆପଡା ପାକ୍ସ ନିର୍ଦ୍ଦେଶକ ମୁରଲୀଧର ସୁନାନୀ, ନୂଆପଡା ପାକ୍ସ ପୂର୍ବତନ ସଭାପତି ଦିଲ୍ଲୀପ ସାହୁ,
ନୂଆପଡା ପାକ୍ସ ସଭାପତି ଦେବୀ ପ୍ରସାଦ ମିଶ୍ର, ଖରୀଆର ରୋଡ ପାକ୍ସ ସଭାପତି ରାଜେଶ ନିଗମ୍ ପ୍ରମୁଖ ଯୋଗଦେଇଥିଲେ । ଅତିଥି ଏବଂ ବକ୍ତାମାନେ ମଧୁ ବାବୁଙ୍କ ସ୍ମୃତି ଚାରଣ କରି ଓଡ଼ିଶା ପ୍ରତି ତାଙ୍କର ମହାନ୍ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ହିସାବରେ ଡଃ ଦୀପକ୍ କୁମାର୍ ଦାଶ, ଅଧ୍ୟାପକ କୋମନା ମହାବିଦ୍ୟାଳୟ ଯୋଗଦେଇ ମଧୁ ବାବୁଙ୍କ ଓଡ଼ିଶା ଏକତ୍ରିକରଣ ସହିତ ସମବାୟ ଆନ୍ଦୋଳନରେ ଅବଦାନ ସମ୍ଵନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ତାଙ୍କ ସଭାପତିତ୍ବ ଅଭିଭାଷଣରେ ମଧୁ ବାବୁଙ୍କ ବ୍ୟକ୍ତିତ୍ଵର ବିଭିନ୍ନ ଦିଗ ସମ୍ଵନ୍ଧରେ ଆଲୋଚନା କରିଥିଲେ ।ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ , ସାହିତ୍ୟ ଓ ସମବାୟ କ୍ଷେତ୍ରରେ ତାଙ୍କର ବିପୁଳ ଅବଦାନର ସ୍ମୃତି ଚାରଣ କରିଥିଲେ । ନୂଆପଡାର ସମସ୍ତ ସମବାୟ ଅଫିସ୍ ରେ ମଧୁ ବାବୁଙ୍କ ଫୋଟୋ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସମାଜ ମଧୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ଚାଲିଲେ ରାଜ୍ୟ ତଥା ଦେଶର ପ୍ରଗତି ତ୍ୱରାନ୍ୱିତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ବାଗତ ସମ୍ଭାଷଣ ରଖିଥିଲେ । ଶେଷରେ ଡି ଆର୍ ସି ଏସ ଶିବ ପ୍ରସାଦ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିକାର ଜୟନ୍ତୀ ସମାରୋହରେ ନୂଆପଡାର ବିଭିନ୍ନ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ, ଜିଲ୍ଲା ସ୍ତରୀୟ ଅଧିକାରୀ, ସମବାୟ ବିଭାଗର କର୍ମକର୍ତ୍ତା, ସମବାୟ ପ୍ରେମୀ ସୁଧି ବୃନ୍ଦ ଏବଂ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post