ଅସ୍ତରଙ୍ଗ/ଦୁଃଶାସନ ନାୟକ: ସୋମବାର ମଧ୍ୟାହ୍ନ ସମୟ ରେ ଅସ୍ତରଙ୍ଗ ବଜାର ରେ ଏକ ୪୦୭ ମିନି ଟ୍ରକ ରେ ପିଡ଼ିଏସ ଚାଉଳ ବୋଝଇ ହେଇଥିବା ଅସ୍ତରଙ୍ଗ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ପରେ ସେହି ସ୍ଥାନ ରେ ଉକ୍ତ ଗାଡି ଟିକୁ ଅଟକ ରଖି ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଶିବ ପ୍ରସାଦ ମହାନ୍ତି ଙ୍କୁ ସୂଚନା ଦେଇଥିଲେ, ଆଉ ସୂଚନା ପାଇବା ପରେ ଯୋଗାଣ ବିଭାଗ ଅଧିକାରୀ ଉକ୍ତ ଗାଡି କୁ ଅଟକ ରଖିବା ସହ ଚାଉଳ କୁ ଜବତ କରିଥିଲେ। ଜବତ ପରେ ଚାଉଳ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଏହା ସରକାର ଙ୍କ ପିଡ଼ିଏସ ଚାଉଳ ଏହା ପରେ ଅସ୍ତରଙ୍ଗ ଥାନା କୁ ଖବର ଦେଇଥିଲେ ଖବର ପାଇ ଥାନା ଅଧିକାରୀ ରାଜେଶ ବଳିୟାର ସିଂ ଙ୍କ ନିର୍ଦେଶ ରେ ଏସ ଆଇ ଅର୍ଣ୍ଣପୂର୍ଣା ମଲ୍ଲିକ ଉକ୍ତ ଗାଡି କୁ ବଜାର ରୁ ନେଇ ଅସ୍ତରଙ୍ଗ ଥାନା ରେ ଅଟକ ରଖିଥିଲେ। ପରେ ଯୋଗାଣ ବିଭାଗ ଦ୍ୱାରା ଗାଡ଼ିରେ ଥିବା ଚାଉଳ କୁ ଓଜନ କରାଯାଇ ୨୧କ୍ୟୁଣ୍ଟାଲ ୭୪କିଲୋଗ୍ରାମ ର ଚାଉଳ ନିକଟସ୍ଥ ଆଳଙ୍ଗପୁର ପଂଚାୟତ ଡିଲର ସୁରେନ୍ଦ୍ର ନାଥ ବରାଳ କୁ ହସ୍ତାନ୍ତର କରାଯାଇଥିଲା ବୋଲି ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.