ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା 28.4.2025: ଆନ୍ତର୍ଜାତିକ ସମବାୟ ବର୍ଷ 2025 ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ଜୁନାଗଡ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ,ଅଧକ୍ଷ ଜିଲ୍ଲାପରିଷଦ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନୀପାଟନା ସଭାପତି ଗିରୀଶ ଚନ୍ଦ୍ର ବେହେରା,ଏମ୍ ପି, କଳାହାଣ୍ଡି ଙ୍କ ପ୍ରତିନିଧି ଜୟଶଙ୍କର ନାୟକ,ମୁଖ୍ୟ ବକ୍ତା ଭାବେ ଡକ୍ଟର ଉମେଶଚନ୍ଦ୍ର ଶତପଥି, ଉପ ନିବନ୍ଧକ ସମବାୟ ସମିତି ପ୍ରମୋଦ କୁମାର ସାହୁ, ଏ ଆର୍ ସି ଏସ୍, ମଧୁସୂଦନ ମେହେର, ସମବାୟ ବ୍ୟାଙ୍କ ନିର୍ବାହୀ ଅଧିକାରୀ ବନଲତା ଧଳ ଯୋଗଦେଇ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ଫଟୋ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ଅବସରରେ ମଧୁବାବୁ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଆନ୍ତର୍ଜାତିକ ସମବାୟ ବର୍ଷ 2025 ର ଥିମ୍ “ସଶକ୍ତ ସମବାୟ, ସୁଦୃଢ ସମାଜ, ସମୃଦ୍ଧ ଜୀବନ” ଓଡିଶା ସମବାୟ ଆନ୍ଦୋଳନ ର କର୍ଣ୍ଣ ଧାର ମଧୁସୂଦନ ଦାସ ଙ୍କ ଭୂମିକା,ମଧୁବାବୁ ଙ୍କ ଆଦର୍ଶ ଜୀବନୀ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ ର ଆବଶ୍ୟକତା, ସମବାୟ ଆନ୍ଦୋଳନ ର ଭୂମିକା ସମ୍ପର୍କରେ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମବାୟ ସମିତି କାର୍ଯ୍ୟରେ ଉତ୍କର୍ଷତା ପ୍ରତିପାଦନ କରିଥିବା, କର୍ଲାମୁଣ୍ଡା ବ୍ଲକ ଜୋରା ଡବରା ପ୍ରାଥମିକ ସମବାୟ ସମିତି,କୋକସରା ବ୍ଲକ ର ଟେମରା ସମବାୟ ସମିତି, ଭବାନୀପାଟଣା ଓ ମଦନପୁର ରାମପୁର ସମବାୟ ସମିତି କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଜିଲ୍ଲା ଉପ ନିବନ୍ଧକ ସମବାୟ ସମିତି ପ୍ରମୋଦ କୁମାର ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ରୂପକିଶୋର ଦଳାଇ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.