ବଲାଙ୍ଗିର ବିୟୁଟି ଆସୋସିଏସନ ପକ୍ଷରୁ ମିସ୍ ଓଡ଼ିଶା ପ୍ରତିଯୋଗିତା ବିଜୟିନୀମାନଙ୍କୁ ସମ୍ବର୍ଦ୍ଧନା

0

ବଲାଙ୍ଗିର(ନିରୋଳ ମିଶ୍ର): ମାତୃ ଶକ୍ତି ହେଲେ ଶ୍ରେଷ୍ଠ ଶକ୍ତି । ସେମାନେ ପରିବାର ଚଳାଇବା ସହ ନିଜକୁ ଆତ୍ମନିର୍ଭରଶୀଳ କରିବା ଏକ ବଡ ସୁଯୋଗ । ବଲାଙ୍ଗିର ବିୟୁଟି ଆସୋସିଏସନ ପକ୍ଷରୁ ସ୍ଥାନୀୟ ସମ୍ବାଦିକ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏହି ବକ୍ତବ୍ୟ ରଖିଛନ୍ତି ମୁଖ୍ୟଅତିଥି ଲଲିତ କୁମାର ନାୟକ । 

  ଅନୁଷ୍ଠିତ  ସମ୍ବର୍ଦ୍ଧନା ସଭାରେ ଅନ୍ୟତମ ଅତିଥି ଭାବେ ଜିଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ତଥା ଜିଲା ସାମ୍ବାଦିକ ସଂଘର ସଭାପତି ହରି ନାରାୟଣ ପୂଜାରୀ, ଚେତନାନନ୍ଦ ପଣ୍ଡା, ଅଲ ଓଡ଼ିଶା ବିୟୁଟି ଆସୋସିଏସନ୍ର ନିର୍ଦ୍ଦେଶିକା  ମମତା ପଟୁଆ, ସାଧାରଣ ସଂପାଦିକା ସ୍ନେହଲତା ତ୍ରିପାଠୀ, ଅଲ ଇଣ୍ଡିଆ ହେୟାର ଏଣ୍ଡ ବିୟୁଟି ଆସୋସିଏସନର ଉପ ସଭାପତି ମୀନତି ସାହୁ ଯୋଗ ଦେଇଥିଲେ । ଗତ ୧୧ ଓ ୧୨ ତାରିଖରେ ଝାରସୁଗୁଡ଼ାରେ ଅନୁଷ୍ଠିତ  ବିୟୁଟି ଏକ୍ସପୋରେ ମିସ୍ ଓଡ଼ିଶା ଭାବେ ବଲାଙ୍ଗିରର ଅର୍ଚ୍ଚନା ପାଢୀ, ମିସ୍ ଚାର୍ମିଂ ସାନ୍ତ୍ୱନା ପଣ୍ଡା, ମିସ୍ ବେଷ୍ଟ ୱାକ ରାଣୀ ବଗର୍ତ୍ତି  ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ସାମ୍ବାଦିକ ଭବନରେ ବଲାଙ୍ଗିର ବିୟୁଟି ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା ଦେଇଥିଲେ ଅତିଥିମାନେ । ଏଡି କାର୍ଯ୍ୟକ୍ରମକୁ ବଲାଙ୍ଗିର ବିୟୁଟି ଆସୋସିଏସନ୍ ପକ୍ଷରୁ ଇତି ଘିବେଲା, ବନିତା ଜାଲ, ବୀଣା ରାଗିଣୀ ମହାପାତ୍ର, ସନ୍ତୋଷି ମେହେର, ଜ୍ୟୋତ୍ସ୍ନାମୟୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । 

 

 

Leave A Reply

Your email address will not be published.