ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ପରିସରରେ ଉତ୍କଳର ନିର୍ମାତା ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ୧୩୪ ତମ ଜୟନ୍ତୀ ପାଳନ ହୋଇଯାଇଛି I ଅନୁଷ୍ଠାନର ସଭାପତି ତଥା ଆଇନଜୀବୀ ଦିଲ୍ଲୀପ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଅଧ୍ୟକ୍ଷ ଡ଼.ସନ୍ତୋଷ କୁମାର ଆପଟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି ଯୋଗଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ଭଞ୍ଜନଗର ଆଇନୀଜୀବୀ ସଂଘ ଉପସଭାପତି ସନ୍ତୋଷ କୁମାର ବେହେରା, ସାଇ ଗୁରୁକୂଳ ସମ୍ପାଦକ ଅଜିତ୍ କୁମାର ଶତପଥି, ବରିଷ୍ଠ ଆଇନୀଜୀବୀ ସନ୍ତୋଷ କୁମାର ନାୟକ,ସମାଜସେବୀ ଶୂଳପାଣି ଶତପଥି ଏବଂ ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ମଞ୍ଚାସୀନ ଥିଲେ I ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ଚାରଣ କରିବା ସହିତ ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ I
Sign in
Sign in
Recover your password.
A password will be e-mailed to you.