ପହଲଗାମ ରେ ନିରୀହ ୨୬ ପର୍ଯ୍ୟଟକ କୁ ଆତଙ୍କବାଦୀ ଙ୍କ ହତ୍ୟା ପ୍ରତିବାଦରେ ଡାବୁଗାଁ ରେ ୬ ଘଣ୍ଟିଆ ଦୋକାନ ବଜାର ବନ୍ଦ ପାଳନ ସହ ଶାନ୍ତି ପୂର୍ଣ୍ଣ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ

5

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୪/୨୫ ଜମ୍ମୁ କାଶ୍ମୀର ର ପହଲଗାମ ରେ ନିରୀହ ୨୬ ପର୍ଯ୍ୟଟକ ଙ୍କୁ ଆତଙ୍କବାଦୀ ମାନେ ଧର୍ମ ପଚାରି ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଡାବୁଗାଁ ରେ ଦୋକାନ ବଜାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସନ୍ଧ୍ୟାରେ କେଣ୍ଡଲ ଶୋଭାଯାତ୍ରା କରାଯାଇ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ପାକିସ୍ଥାନ ବିରୁଦ୍ଧରେ ସ୍ଲୋଗାନ ଓ ନାରାବାଜି କରାଯାଇଥିଲା। ଡାବୁଗାଁ ବ୍ୟବସାୟୀ ସଂଘ,ବିଭିନ୍ନ ହିନ୍ଦୁ ସଂଗଠନ ଓ ଯୁବ ଗୋଷ୍ଠୀ ତରଫରୁ ଆଜି ପହଲଗମ ମୃତ ପର୍ଯ୍ୟଟକ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟ ସକାଳ ୬ ରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା। ଫଳ,ପନିପରିବା ଓ ଔଷଧ ଦୋକାନ ଛାଡ଼ି ଦେଲେ ସମସ୍ତ ଦୋକାନୀ ସ୍ପତପୁତ୍ତ ଭାବେ ଦୋକାନ ବନ୍ଦ କରି ପ୍ରତିବାଦ ଜଣାଇଥିଲେ। ଗାଡି ମୋଟର ଚଳାଚଳ ସ୍ବାଭାବିକ ରହିଥିଲା। ଅପରାହ୍ନ ୫ ଘଣ୍ଟ ସମୟରେ ବିଭିନ୍ନ ହିନ୍ଦୁ ସଂଗଠନ ଓ ସ୍ଥାନୀୟ ଯୁବ ଗୋଷ୍ଠୀ ତରଫରୁ ଦାବାଦେଇ ପୀଠ ନିକଟରୁ ଶାନ୍ତି ପୂର୍ଣ୍ଣ କେଣ୍ଡଲ ରାଲି ବାହାରି ତାରିଣୀ ମନ୍ଦିର ଛକ,ନୂଆ ବସ ଷ୍ଟାଣ୍ଡ,ବ୍ଲକ କାର୍ଯ୍ୟାଳୟ ଓ ଦୈନିକ ବଜାର ଦେଇ ତାରିଣୀ ମନ୍ଦିର ଛକ କୁ ଆସିଥିଲେ।୨୬ ଜଣ ମୃତ ପର୍ଯ୍ୟଟକ ଙ୍କ ପାଇଁ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା। ସେଠାରେ ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ସେହେବାଜ୍ ସରିଫ,ପାକିସ୍ଥାନ ସେନା ମୁଖ୍ୟ ଅସୀମ ମୁନିର,ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ସହ ପାକିସ୍ଥାନ ପତ୍ତକା କୁ ଦାହ କରାଯାଇଥିଲା। ଏହି ଅବସରରେ ପାକିସ୍ଥାନ ବିରୁଦ୍ଧ ସ୍ଲୋଗାନ ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Leave A Reply

Your email address will not be published.