୯୨ କେଜି ଗଞ୍ଜେଇ ସହିତ ମୋବାଇଲ୍ ଜବତ, ୩ ଗିରଫ

5

ଓଡ଼ଗାଁ,୨୬।୪(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସଂପଡା ମେଘା ନର୍ସରୀ ନିକଟ ଜଙ୍ଗଲରେ ନୂଆଗାଁ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶରେ ଅତର୍କିତ ଚଢ଼ାଉ କରି ନୂଆଗାଁ ପୋଲିସ୍ ୯୨କେଜି ୫୦ଗ୍ରାମ ଗଞ୍ଜେଇ ଏବଂ ୨ ଟି ମୋବାଇଲ ଜବତ କରିବା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ମାନେ ହେଲେ ଉତ୍ତରପ୍ରଦେଶ ଆଲାହାବାଦ ଜିଲ୍ଲା ଖରଗପୁର ଥାନା ତାଲପୁର ଗାଁର ଶିବମ୍ ତିଓ୍ବାରୀ, କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଗଣ୍ଡଗାଁ ଘୋଟରାସାହିର ନବ ଦିଗାଲ, ଫିରିଙ୍ଗିଆ ଥାନା ମାଜିପଡା ଗାଁର ନିଲଞ୍ଚି ଦିଗାଲ । ଏହି ଅଭିଯୁକ୍ତ ମାନେ କନ୍ଧମାଳରୁ ଗଞ୍ଜେଇ ଆଣିଥିବା ଗାଡ଼ିକୁ ବଦଳାଇବା ନିମନ୍ତେ ନୂଆଗାଁ ଥାନା ସଂପଡା ମେଗା ନର୍ସରୀ ନିକଟ ଜଙ୍ଗଲରେ ଛପିଥିଲେ।ଅନ୍ୟ ଗୋଟିଏ ଗାଡ଼ି ଯୋଗାଡ଼ କରି ସେଠାରୁ ଖସିଯିବା ପୂର୍ବରୁ ଖବର ପାଇ ନୂଆଗାଁ ଥାନା ଏସ୍ ଆଇ ସୁନିତା ସାମନ୍ତରାୟ, ଏଏସ୍ଆଇ ମନୋଜ କୁମାର ପାତ୍ର, ଅଜିତ କୁମାର ରାଉତ, କନେଷ୍ଟବଳ ଜିତେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ବିଶୋଇ, ଏସ୍ ମଲିକ ପ୍ରମୁଖ ଚଢାଉ କରି ଗଞ୍ଜେଇ ଜବତ କରିବା ସହିତ ୩ଜଣଙ୍କୁ କାବୁ କରିନେଇଥିଲେ।ତଦନ୍ତକାରୀ ଅଧିକାରୀ ଆଇଆଇସି ଶ୍ରୀ ସାହୁ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

 

Leave A Reply

Your email address will not be published.