ଧରଣୀଧର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ତାଲିମ ଶିବିର

6

କେନ୍ଦୁଝର,ତା୨୬/୪-  କେନ୍ଦୁଝର ଜିଲ୍ଲା ସଦର ମହକୁମା ନିକଟସ୍ଥ କବିତ୍ରା ଠାରେ ଥିବା ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଚିନ୍ମୟୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ଏକ ତାଲିମ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମେଡିକାଲ ପରିସରରେ ବିଡ଼ି ସିଗାରେଟ ଆଦି ତମାଖୁ ଜାତୀୟ ଦ୍ରବ୍ୟ ସେବନ ନ କରିବା ସହିତ ମେଡିକାଲ ପରିସରରେ ଅଳିଆ ଆର୍ବଜନାକୁ ଡଷ୍ଟବିନରେ ପକାଇ ଡାକ୍ତରଖାନା ପରିସର ସଫାସୁତୁରା ରଖିବା, କୌଣସି ସ୍ଥାନରେ ନିଆଁ ଧୂଆଁ ଓ ବୈଦୁତିକ ତ୍ରୁଟି ଦେଖିଲେ ତୁରନ୍ତ ଡାକ୍ତରଖାନା କର୍ମଚାରୀଙ୍କୁ ଅବଗତ କରିବା ପାଇଁ ଡାକ୍ତରଖାନା ନିରୀକ୍ଷକ ପ୍ରଫେସର ମହେନ୍ଦ୍ର କୁମାର ନାଏକ ଲୋକମାନଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ,ଚିତ୍ରାଙ୍କନ,କୁଇଜ, ପୋଷ୍ଟର ନିର୍ମାଣ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ହିସାବ ରକ୍ଷକ ରାଜେନ୍ଦ୍ର କୁମାର ଜେନା,ଡାକ୍ତରଖାନା ପରିଚାଳକ କୀର୍ତ୍ତିମାନ ମହାନ୍ତ,ରାଜା ପ୍ରଧାନ, ଚୈତାଳି ମିଶ୍ର, ନର୍ସିଂ ଅଫିସର ଦୀପ୍ତି ନିଳୀମା ଚମ୍ପିଆ,ସଂକ୍ରାମକ ରୋଗ ନିୟନ୍ତ୍ରକ ଦେବସ୍ମିତା ରାଉତ ପ୍ରଭୃତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।

Leave A Reply

Your email address will not be published.