ହିର୍ଲି : ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ କାଦୋପାଣି ଠାରୁ ହିର୍ଲି ରାସ୍ତା କାମରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣଛନ୍ତି ସ୍ଥାନୀୟ ଗ୍ରାମବାସୀମାନେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେହି ରାସ୍ତାର କିଛି ଅଂଶ କଂକ୍ରିଟ ରାସ୍ତା ଥିଲା ଏବଂ ତାହା ଉତ୍ତମ ଭାବରେ ନିର୍ମାଣ ହୋଇଥିଲା କିନ୍ତୁ ବର୍ତ୍ତମାନ ଗ୍ରାମୀଣ କାର୍ଯ୍ୟ ନିର୍ବାହୀ ବିଭାଗ ପକ୍ଷରୁ କା ଦୋ ପାଣି ଠାରୁ ହିର୍ଲୀ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କରିବା ସମୟ ରେ ସେହି କଂକ୍ରିଟ ରାସ୍ତାକୁ ଭାଙ୍ଗି ପିଚୁ ରାସ୍ତା ନିର୍ମାଣ ହେଇଛି ତାହା ଅତି ନିମ୍ନ ମାନର କାର୍ଯ୍ୟ କରାଯାଇଛି ଏବଂ ସ୍ଥାନେ ସ୍ଥାନେ ପିଚୁ ଉପୁଡି ଯାଇଥିବା ଓ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ବୁଲେଇ ପାଖରେ ପିଚୁ ସମ୍ପୂର୍ଣ୍ଣ ଭାବରେ ଉପୁଡି ଯାଇଥିବା ବେଳେ କେତେଜଣ ସ୍କୁଲ ଛାତ୍ର ଛାତ୍ରୀ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିବା ଯୋଗୁଁ ତାହା ଏକ ବିପଦଜନକ ରାସ୍ତା ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ସମୟରେ ମଧ୍ଯ ଗ୍ରାମବାସୀ ନିମ୍ନମାନର କାର୍ଯ୍ୟ ଯୋଗୁଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ଖାତିର ନ କରି ଭୁଆଁବୁଲେଇ ନିମ୍ନମାନର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ ଏବଂ ସଂପୂଣ୍ଣ ମଧ୍ୟ ହୋଇସାରିଛି। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରାମ ମାନଙ୍କୁ ପ୍ରାଥମିକ ସ୍ତର ଭାବରେ ପ୍ରାଧାନ୍ୟ ଦେଇ ତାହାର ଉନ୍ନତି ଓ ବିକାଶ ଏବଂ ଜନସାଧାରଣଙ୍କ ମନ ହୃଦୟରେ ଟିକିଏ ହସ ଫୁଟାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ସତ କିନ୍ତୁ ତାହାର ଫାଇଦା ଜନସାଧାରଣଙ୍କୁ ନ ମିଳି ଏହି ଯୋଜନା ମାନଙ୍କରେ ମାଲା ମାଳ ହେଉଛନ୍ତି ସମ୍ପୃକ୍ତ ଥିବା ସରକାରୀ ଅଧିକାରୀ ଏବଂ ଠିକାଦାର ମାନେ। ଏମାନଙ୍କର କାହାରି ଖାତିର ନାହି; ନା ଜନସାଧାରଣ ନା ପ୍ରଶାସନ। ଠିକାଦାର ଓ ସମ୍ପୃକ୍ତ ସରକାରୀ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକାରେ କେତେ ଯେ ଦୁର୍ନୀତି ହେଉଅଛି ତାହା କହିଲେ ନ ସରେ । ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଉଚିତ କାର୍ଯ୍ୟ କରିବା ପାଇଁ ଆଦେଶ ଦିଅନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Prev Post