ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହିନ୍ଦୁସ୍ଥାନ ଆର୍ଟ୍ ଏଣ୍ଡ ମ୍ୟୁଜିକ୍ ସୋସାଇଟି , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀର ମିଳିତ ଆନୁକୂଲ୍ୟରେ ଓ ମିନିଷ୍ଟର ଅଫ୍ କଲ୍ଚର ଭାରତ ସରକାରଙ୍କ ସହଯୋଗରେ ୧୮ ଏପ୍ରିଲ ଠାରୁ ୨୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅର୍ଥାତ୍ ତିନି ଦିନ ଧରି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପରିସରରେ ଓଡ଼ିଶା ଫେଷ୍ଟିଭାଲର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
ଏହି ଅବସରରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ନୃତ୍ୟ ନିର୍ଦ୍ଦେଶିକା ଡି .ପ୍ରିୟଙ୍କାଙ୍କ ତତ୍ତ୍ଵାବଧାନରେ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ଵ ହାସଲ କରିଛନ୍ତି।
ଲୋକନୃତ୍ୟ ବରିଷ୍ଠ ବିଭାଗରେ ତନୁପ୍ରିୟା ପାଇକ ଓ ସୋନାଲି ପ୍ରଧାନ ପ୍ରଥମ ସ୍ଥାନ କନିଷ୍ଠ ବିଭାଗରେ ଦଳଗତ ନୃତ୍ୟରେ ଅନୁଷ୍ଠାନର ତନୀଷା ପରିଚ୍ଛା , ପୌଷିକା ତ୍ରିପାଠୀ , ଆକାଂକ୍ଷା ଅଧିକାରୀ , ସ୍ନେହା ସାହୁ , ଭାଗ୍ୟଶ୍ରୀ ମହାପାତ୍ର , ସ୍ମୃତିସ୍ନିଗ୍ଧା କର ଓ ହରିପ୍ରିୟା ଧବଳ ୭ଜଣ ନୃତ୍ୟଶିଳ୍ପୀ ଦ୍ଵିତୀୟ ସ୍ଥାନ ଅର୍ଜନ କରିଛନ୍ତି।
ଓଡ଼ିଶୀ ନୃତ୍ୟରେ କନିଷ୍ଠ ବିଭାଗରେ ଶୁଭଶ୍ରୀ ପାଣିଗ୍ରାହୀ ମାଜେଷ୍ଟିକ୍ ସମ୍ମାନ ତନୀଷା ବେବର୍ତ୍ତୀ ପ୍ରଥମ ସ୍ଥାନ ଅନୈଷ୍କା ଅନହୀତା ସାହୁ ତୃତୀୟ ସ୍ଥାନ ଅର୍ଜନ କରିଛନ୍ତି।
ଓଡ଼ିଶୀ ନୃତ୍ୟର ଦ୍ୱୈତ ନୃତ୍ୟରେ ପୂଜାରୀ ଦିବ୍ୟା ଓ ସୁପାରାଣୀ ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନ ଅର୍ଜନ କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post