ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ସ୍ତରୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା,ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଜିପିଡିଓ ପଦ୍ମନାଭ ଭାଲ୍ଲା,ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର , ବୋରୀଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା,ବରିଷ୍ଠ ବିଜେପି ନେତା ଶୁଭ ଜିତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଯଶସ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ରାଜ୍ୟବାସୀ ଙ୍କୁ ପଞ୍ଚାୟତିରାଜ ଦିବସ ରେ ଶୁଭେଚ୍ଛା ଦେବା ସହ ପଞ୍ଚାୟତ ରାଜ୍ୟ ବ୍ୟବସ୍ଥା ଦ୍ଵାରା ବ୍ଲକ ତଥା ପଞ୍ଚାୟତ ସ୍ତରରେ ହେଉଥିବା ଉନ୍ନୟନ ମୂଳକ ଯୋଜନା ର ସଫଳ ରୂପାୟନ ବିଷୟରେ ବିସ୍ତୃତ ଭାବେ କହିଥିଲେ। ଏହି ଅବସରରେ ବ୍ଲକ ର ଶ୍ରେଷ୍ଟ ପିଇଓ ଭାବେ ଏଡି ପ୍ରସାଦ,ଶ୍ରେଷ୍ଟ ସରପଞ୍ଚ ଭାବେ ଦୟାରାମ ଭତରା,ଶ୍ରେଷ୍ଟ ପଞ୍ଚାୟତ ଭାବେ ଜୁନାପାଣି ପଞ୍ଚାୟତ,ଶ୍ରେଷ୍ଟ ଯୋଗାଣ ସହାୟକ ଫକିର ମୋହନ ମାଝୀ,ଶ୍ରେଷ୍ଟ ଜି ଆର ଏସ ବଳଦେବ ଚାଲାଣ,ମନରେଗା ରେ କାର୍ଯ୍ୟ କରିଥିବା ଶ୍ରେଷ୍ଟ ପଞ୍ଚାୟତ ଘୋଡ଼ାଖୁଣ୍ଟା,ଗୃହ କାର୍ଯ୍ୟ ସମ୍ପାଦନ ରେ ଦେବାଶିଷ ଜେନା,ସୋସିଆଲ ମିଡ଼ିଆ ରେ ମୃଣାଳ ପରିଡା,ଶ୍ରେଷ୍ଟ ଏଡି ଇଓ ତୁଳାରାମ ଭତରା, ଓ ନୂତନ ପିଇଓ ଦିବ୍ୟଶଙ୍କର ପୂଜାରୀ ଙ୍କୁ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ହିତାଧିକାରୀଂକୁ ନୂତନ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.