ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ଆଜି ସୁବର୍ଣ୍ଣପୁର ନୂତନ ଟାଉନ ହଲରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ୨୦୨୫ ସମାରୋହ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥ୍ ଭାବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲା ଯୋଗଦାନ କରିଥିବାବେଳେ ବଲାଙ୍ଗୀର ଲୋକସଭା ସାଂସଦଙ୍କ ଜିଲ୍ଲା ପ୍ରତିନିଧୂ ଶରତ ଶତପଥୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଅଶ୍ବିନୀ କୁମାର ମେହେର, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ପଲ୍ଲବୀ ରାଣୀ ରାଜ, ଉପଜିଲ୍ଲାପାଳ ଲଲାଟେନ୍ଦୁ ସି. ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନପୁର ପ୍ରତୀକ କର ପ୍ରମୁଖ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଅବସରକୁ ଅଧକ ଗମ୍ଭୀରତା ଦେଇଥିଲେ। ସମାରୋହର ଆରମ୍ଭରେ ୨୨ ତାରିଖ ପେହେଲଗାମରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଜୀବନ ହରାଇଥିବା ୨୭ ଜଣ ପର୍ଯ୍ୟଟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଏକ ନିରବ ପ୍ରାର୍ଥନା ଆୟୋଜିତ ହୋଇଥିଲା। ଏହି ସମାରୋହ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ଦାସ ପଂଚାୟତିରାଜ ଦିବସର ତାତ୍ପର୍ଯ୍ୟ ସହ ପଂଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଲେ ଯେ “ପଂଚାୟତିରାଜ ଦିବସ ଏକ ଗୌରବମୟ ଅବସର ଯେଉଁଥିରେ ଆମେ ଗ୍ରାମ ସ୍ତରରୁ ଆରମ୍ଭ କରି ଶାସନର ସ୍ବରାଜକୁ ସାକାର କରିବା ପ୍ରତିବଦ୍ଧତାକୁ ସ୍ମରଣ କରୁଛୁ। ଗ୍ରାମର ଲୋକଙ୍କ ଶକ୍ତି ଓ ସଚେତନତା ହେଉଛି ସମୃଦ୍ଧିର ମୂଳ ଆଧାର । ସମସ୍ତଙ୍କ ସହଯୋଗ ଓ ଉତ୍ସାହ ଦ୍ବାରା ସାମୂହିକ ଭାବେ ଜିଲ୍ଲାର ଉନ୍ନତି ଓ ସମାଜ ବିକାଶର ପ୍ରତିବଦ୍ଧତାକୁ ଅକ୍ଷୁର୍ଣ ରଖିବାକୁ ଆହ୍ୱାନ ଦେଇ ଅନୁର୍ଭୁକ୍ତି ଓ ସଚେତନ ଭାଗୀଦାରୀ ଦ୍ବାରା ଗ୍ରାମ ଉନ୍ନତି ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ସମାରୋହ ଅବସରରେ ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକ ଅଞ୍ଚଳରେ ଗ୍ରାମ୍ୟଞ୍ଚଳ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ୮୮ ଗୋଟି ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା। ଲୋକାର୍ପଣ ଅବସରରେ ସମ୍ମାନିୟା ଲୋକସଭା ସାଂସଦ ବଲାଙ୍ଗୀରଙ୍କ ପ୍ରତିନିଧି, ବିଧାୟକ ସୋନପୁର ଓ ବୀରମହାରାଜପୁର ଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ ସୁବର୍ଣ୍ଣପୁର ପ୍ରମୁଖ ଉପସ୍ଥିତ ରହିଥିଲେ। ନୂତନ ରାସନ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ଜିଲ୍ଲା ସମାରୋହରରେ ଅତିଥିବୃନ୍ଦ ଜିଲ୍ଲାର ୩୫ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ।ସେହିପରି ରାଜ୍ୟ ସ୍ତରରେ ପୁରସ୍କୃତ ଜିଲ୍ଲାର ୫ଟି ଗ୍ରାମପଂଚାୟତକୁ ୩ ଲକ୍ଷ ୮୬ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏନ ଆର ଇ ଜି ଏସ ଅନ୍ତର୍ଭୁକ୍ତ ବିଭିନ୍ନ ଯୋଜନାରେ ସୋନପୁର ବ୍ଲକର ୫ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ସହାୟତା ରେ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଛି। ପୁନଶ୍ଚ ଜିଲ୍ଲାର ବିଭିନ୍ନ ବ୍ଲକର ଯୋଗ୍ୟ ହିତାଧିକାରୀଙ୍କୁ ଅତିଥିବୃନ୍ଦ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ/ ଗୋପବନ୍ଧୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ।
ସମାରୋହ ଅବସରରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମାରୋହରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଆଜି ସମାରୋହରେ ପ୍ରାୟ ୧୫୦୦ ରୁ ଅଧିକ ସଂଖ୍ୟକ ଜନସାଧାରଣ, ସୁଭଦ୍ରା ମାଁ, ତଥା ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ, ଅଧିକାରୀ ସାମ୍ବାଦିକ ପ୍ରଭୁତି ଉପସ୍ଥିତ ରହି ସମାରୋହକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.