ଭେଉଁରିଆ ପଂଚାୟତରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ 

0

ପଦ୍ମପୁର/Nila Deep -ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ସେହି କ୍ରମରେ ଭେଉଁରିଆ ପଂଚାୟତ ଠାରେ ସରପଂଚ ଶ୍ରୀମତୀ ରଜନୀ ସାହୁଙ୍କ ଅଧ୍ୟକ୍ଷତାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି  ।ଏହି  କାର୍ଯ୍ୟକ୍ରମରେ ରାଜବୋଡାସମ୍ବର ବିଡିଓ ଶ୍ରୀମତୀ ଏଲିଜା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଓଡିଶା ସରକାରଙ୍କ ପିଠା ଯୋଜନାର ଉଦେଶ୍ୟ ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମ ସୁନେତ୍ର ଯୋଜନାରେ ୬ ଜଣଙ୍କୁ ଚଷମା ଓ ଆମ ଏଲଇଡି ଯୋଜନାରେ ୧୦୦ ଜଣ ରାସନକର୍ଡ ଧାରୀଙ୍କୁ ୪ଟି ଲେଖାଏଁ ଏଲଇଡି ବଲ୍ୱ ପ୍ରଦାନ କରାଯାଇଥିଲା  ।୧୭ ଟି ନୂଆଁ ସ୍ୱୟଁସହାୟକ ଗୋଷ୍ଠୀଙ୍କୁ ସିଡ ମନି ପ୍ରଦାନ କରାଯାଇଥିଲା ।  ଏହି  କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ  ବିଭାଗ,କୃଷି ବିଭାଗ,ବିଦ୍ୟୁତ ବିଭାଗ,ଶିକ୍ଷା ବିଭାଗର ଅଧିକାରୀ ମାନେ ଜନସାଧାରଣଙ୍କୁ ସରକାରଙ୍କ ଉନ୍ନତି ମୂଳକ ଯୋଜନା ବିଷୟରେ ସୂଚନା ଦେଇଥିଲେ  ।

 

 

 

Leave A Reply

Your email address will not be published.