ଖପ୍ରାଖୋଲ ୨୩/୪(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ଶିଶୁ ଓ ମହିଳା ବିକାଶ ବିଭାଗ ତରଫରୁ ପୋଷଣ ପକ୍ଷ ପାଳିତ ହୋଇଯାଇଛି। ସି ଡ଼ି ପି ଓ ଅମିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ରୂପେ ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସମ୍ମାନୀତ ଅତିଥି ରୂପେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପରମେଶ୍ବର ନାଏକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ ପ୍ରମୁଖ ଯୋଗଦେଇ ପୋଷଣ ପକ୍ଷ ଉପରେ ଆଲୋକପାତ କରିବା ସହିତ ପୋଷଣ ଯୁକ୍ତ ପୁଷ୍ଟିକର ଖାଦ୍ୟ ଗ୍ରହଣ ଓ ସ୍ଵାସ୍ଥ୍ୟ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ଅବସରରେ ବିଭିନ୍ନ ଖାଦ୍ୟ,ପନିପରିବା ପ୍ରଦର୍ଶିତ ହୋଇଥିଲା।କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ, ଗର୍ଭବତୀ ମାଁ, ପ୍ରସୂତି ମାଁ ପ୍ରାମୁଖ ଉପସ୍ଥିତ ଥିଲେ। ଅଞ୍ଜଳି ମିଶ୍ର, ଅଭିରାମ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଶୀଲ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.