ଭବାନୀ ପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟ ରେ କଳାହାଣ୍ଡି ଜିଲ୍ଲାର LCC/ICC ସଦସ୍ୟ ଏବଂ ନୋଡାଲ ଅଧିକାରୀ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗଙ୍କ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱ।ନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ,ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଶୁଭ ଗୌତମ ମିଶ୍ର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାର ଜିଲ୍ଲାପରିଷଦ, ଦୟାମୟ ପାଢି,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନୀହାରେନ୍ଦ୍ର ପଣ୍ଡା, ସଦସ୍ୟ ଶିଶୁ କଲ୍ୟାଣ କମିଟି ସଞ୍ଜୟ କୁମାର , ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତରୟାମୀ କହଁର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ହେମସାଗର ମହାନନ୍ଦ , ମହିଳା ପର୍ଯ୍ୟବେକ୍ଷିକା, ସ୍ଥାନୀୟ ଅଭିଯୋଗ କମିଟି (LCC) ର ସଦସ୍ୟଗଣ, ଜିଲ୍ଲା ସ୍ତରୀୟ ଅନ୍ୟ ସରକାରୀ ବିଭାଗ ଅଧିକାରୀ, ଘରୋଇ କ୍ଷେତ୍ରର ସଂଗଠନର ICC ସଦସ୍ୟ, ଏନଜିଓ ସଂଗଠନର ପ୍ରମୁଖ ପ୍ରତିନିଧିମାନେ ଯୋଗଦେଇ ଥିଲେ ।
ତାଲିମ କାର୍ଯ୍ୟକ୍ରମରେ ନିମ୍ନଲିଖିତ ବିଷୟ ଗୁଡ଼ିକ ଆଲୋଚନା ହୋଇଥିଲା, ଯଥା POSH ଆଇନ, 2013 ର ସାରାଂଶ: ଆଇନଗତ ଢାଞ୍ଚା, ପରିସର ଏବଂ ପରିଭାଷା , ICC, LCC ଏବଂ ନୋଡାଲ ଅଧିକାରୀଙ୍କ ଭୂମିକା ଏବଂ ଦାୟିତ୍ୱ। ଅଭିଯୋଗ ଦାଖଲ ଏବଂ ସମାଧାନ ପାଇଁ ପ୍ରକ୍ରିୟା: ପର୍ଯ୍ୟାୟକ୍ରମେ ମାର୍ଗଦର୍ଶନ। ପ୍ରତିରୋଧକ ପଦକ୍ଷେପ ଏବଂ ସଚେତନତା: କାର୍ଯ୍ୟସ୍ଥଳରେ ଲିଙ୍ଗ ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ସଂଯୋଜିକା ତଥା ସୁରକ୍ଷା ଅଧିକାରିଣୀ ସୁଚରିତା ମହାପାତ୍ର । ପ୍ରଶିକ୍ଷଣ ସମାପନରେ ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷୀ ଧନ୍ୟବାଦ ଅର୍ପଣ ଜଣାଇଥିଲେ । ୱୁମେନ୍ ହବ କଳାହାଣ୍ଡିର କର୍ମଚାରୀମାନେ ଏହି ପ୍ରଶିକ୍ଷଣକୁ ସଫଳ କରିବାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.