-ଵହୁ ପ୍ରତୀକ୍ଷା ପରେ ଆସିଲେ ଚେୟାର ମେନ୍, ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ।

5

 (ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରକଳାକାର ନାମା ପର୍ଦ୍ଦାଫାଶ ହେବାର ଲକ୍ଷଣଗୁଡ଼ିକ ଆସ୍ତେ ଆସ୍ତେ ଲୋକ ଲୋଚନକୁ ଆସିବ ବୋଲି ଜଣାପଡେ ।
ଗତ ତାରିଖ ୦୮-୦୪-୨୦୨୫ ଠାରୁ ୱାର୍ଡ ନମ୍ବର ୭ ର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବକେୟା ପ୍ରାପ୍ୟ ନମିଳିବା ଯୋଗୁଁ ଗଣଧାରଣା ରେ ସାମିଲ୍ ହୋଇ ଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡିଛି ଯେ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଧାର ଉଧାର କରି କାର୍ଯ୍ୟ ଆଦେଶ ଅନୁଯାୟୀ ବଳିଆର ସିଂ ଵନ୍ଧର ପୁନରୁଦ୍ଧାର କାର୍ଯ୍ୟ ନିର୍ବାହ କରିଥିଲେ।
କିନ୍ତୁ କ୍ଷୋଭର ବିଷୟ ପ୍ରାୟ ଏକବର୍ଷ ଅବଧି ସରିବା ପରେ ମଧ୍ୟଏପର୍ଯ୍ୟନ୍ତ ସେମାନଙ୍କର ବକେୟା ପ୍ରାପ୍ୟ ନମିଳିବା ବିସ୍ମୟକର ମନେ ହେଉଛି। କିନ୍ତୁ ଅପରପକ୍ଷେ ସାଗର ବନ୍ଧ କାର୍ଯ୍ୟ ଆଦେଶ ନଥାଇ ବିଲ୍ କରାଯାଇଛି ବୋଲି ଜନଶ୍ରୁତି ରୁ ଜଣାଯାଏ। ବହୁ ପ୍ରତୀକ୍ଷା ପରେ ଆଜି ଏନ୍ ଏ ସି ଚେୟାର ମେନ୍ ନୀରଞ୍ଜନ ଵେହେରା,ଭାରପ୍ରାପ୍ତ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡି‌ ମାଲେଶ୍ଵର ପାତ୍ର ପୋଲିସ୍ ର କଡା ନିରାପତ୍ତା ରେ ଧାରଣା ରତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ନିକଟରେ ପହଞ୍ଚିଥିଲେ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଧାରଣା ରୁ ଓହରି ଯାଇଥିଲେ।
ଯଦି ଚାରିଦିନ ଭିତରେ ସମସ୍ୟା ସମାଧାନ ନହେଵ ତାହା ହେଲେ ତାଲାବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.