ଆମ ଗତି କୁଆଡେ,ନାବାଳକ ସାଜିଲେ ଅପରାଧୀ(!): ଛାତ୍ରଙ୍କୁ ହତ୍ୟା ଅଭିଯୋଗରେ ୩ ନାବାଳକ ଛାତ୍ର ଅଟକ ।

5

ସମର କୋର୍ସ ପାଠ ପଢୁଥିବା ବେଳେ ହଷ୍ଟେଲରେ ଏହି କାଣ୍ଡ ଘଟିଛି।

କେନ୍ଦୁଝର,ତା୨୨/୪ – କାଲି ରାତିରେ ସହରର ଧାଙ୍ଗଡ଼ପଡ଼ାରେ ଥିବା ଗାୟତ୍ରୀ ରେସିଡେନ୍ସିଆଲ କଲେଜର ହଷ୍ଟେଲରେ ଏକ ନାବାଳକ ଛାତ୍ରକୁ ସାଥୀ ଛାତ୍ର ମାନେ ହତ୍ୟା କରିଥିବା ଖବର ଆସିଛି। ସୂଚନା ମିଳିଥିଲା କି ବାରିଆ ଥାନା ଅନ୍ତର୍ଗତ ଟାଙ୍ଗରପଡ଼ା ଗ୍ରାମର ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ(୧୫) ରାତିରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛି। ରାତିରେ ଖାଇପିଇ ସେ ଶୋଇଥିଲା ହେଲେ ସାଙ୍ଗ ମାନେ ରାତି ଗୋଟାଏ ବେଳେ ଉଠାଇବା ବେଳେ ଜଳଧର ମରିଯାଇଥିଲା ବୋଲି କୁହାଯାଉଥିଲା। ଏହି ଖବର ପାଇ ପରିବାର ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆସିବା ବେଳେ ପିଲାକୁ ଶବ ବ୍ୟବଚ୍ଛେଦ ଗୃହ ଭିତରେ ରଖା ଯାଇଥିଲା। ସନ୍ଦେହ ହେବାରୁ ଜଗବନ୍ଧୁ ମହାନ୍ତଙ୍କ ଭାଇ ଯୁଧିଷ୍ଠିର ମହାନ୍ତ କେନ୍ଦୁଝର ଟାଉନ୍ ଥାନାରେ ଏତଲା ଦେଇଥିଲେ କି ତାଙ୍କ ପୁତୁରାକୁ ହତ୍ୟା କରାଯାଇଛି। ସୁସ୍ଥ ପିଲାକୁ କଲେଜ ଓ ହଷ୍ଟେଲ କର୍ତ୍ତୃପକ୍ଷ ମାରିଦେଲେ ବୋଲି ସେ ଅଭିଯୋଗ ପତ୍ର ଲେଖି ଦେଇଥିଲେ। ଏହି ଅଭିଯୋଗ ଆଧାରରେ ଟାଉନ୍ ଥାନା ପକ୍ଷରୁ ହଷ୍ଟେଲ ଯାଇ ଅନ୍ତେବାସୀଙ୍କ ସହ ପଚରାଉଚରା କରି କିଛି ନାବାଳକ ଛାତ୍ରଙ୍କୁ ଧରି ଥାନା ଅଣା ଯାଇଥିଲା। ତେବେ ସେଠାରେ ୩ଜଣ ମିଶି ସାଥୀ ଜଳାଧରକୁ ରାତିରେ ଗାମୁଛା ଓ କମ୍ବଳ ଦ୍ଵାରା ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏହି ନାବାଳକଙ୍କୁ ନେଇ ପୋଲିସ ସନ୍ଧ୍ୟାରେ ସିନ୍ ରିକ୍ରିଏସନ୍ କରି ସତ୍ୟତା ଜାଣିଛି। ଅଧିକା ତଦନ୍ତ ପୋଲିସ ପକ୍ଷରୁ କରାଯାଉଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ ଜଣାଯାଇଛି। ଆଲୋଚନା ହେଉଛି କି କଲେଜରେ ପୂର୍ବରୁ ଜଳଧର ସହ ସାଥୀ ପିଲାଙ୍କ ଝଗଡ଼ା ହୋଇଥିଲା ତେଣୁ ଏହି ହତ୍ୟାକାଣ୍ଡ ଘଟିଛି। ତେବେ ଏହି ନାବାଳକଙ୍କ ଦ୍ଵାରା ହତ୍ୟା ପରେ ଏକ ଜଘନ୍ୟ କାଣ୍ଡ ଘଟିଥିବାରୁ ଅବିଭାବକ ମାନେ ଆତଙ୍କିତ ଅଛନ୍ତି। ପିଲେ ମୋବାଇଲ ଦେଖି ଏପରି କରୁଥିବା କୁହାଯାଉଛି। ପୁଣି କଲେଜ ପିଲାଙ୍କୁ ଆଣି ସହରର ଏଣେତେଣେ ହଷ୍ଟେଲରେ ରଖୁଥିଲେ ମଧ୍ୟ ସେଠାରେ ହଷ୍ଟେଲ ପରିଚାଳକ ଦେଇଥିଲା କି ନାହିଁ ସନ୍ଦେହ କାରଣ ଝଗଡା ଖବର ନିଶ୍ଚିତ ସେ ପାଇ ଏହାର ସମାଧାନ କରିଥିଲେ ଆଜି ହତ୍ୟାକାଣ୍ଡ ହୋଇ ନଥାନ୍ତା ବୋଲି ଲୋକେ କୁହାକହି ହେଉଛନ୍ତି। ରାଜ୍ୟରେ ଆଇନ୍ ଶୃଙ୍ଖଳା ବିଗିଡି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏପରି ନାବାଳକଙ୍କ ଦ୍ଵାରା ଜଣେ ସାଥୀ ନାବାଳକକୁ ହତ୍ୟା ସବୁଆଡେ ହଇଚଇ ସୃଷ୍ଟି କରିଛି।

Leave A Reply

Your email address will not be published.