ବରତୁଣ୍ଡା  ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ 

0

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା  ଗ୍ରାମପଞ୍ଚାୟତରେ ପିଠା ପ୍ରୋଗାମ ଅନୁଷ୍ଠିତ ହୋଇଯାଇଛି। ଗତ ପର୍ଯ୍ୟାୟରେ  ବ୍ଲକ ସ୍ତରରେ ସଫଲ ତଥା ଉନ୍ନତ ପ୍ରଦର୍ଶନ ପାଇଁ ପ୍ରଥମ ପୁରସ୍କାର ହାସଲ କରିଥିଲା । ଆଜି ସମସ୍ତ ବିଭାଗ ଓଡ଼ିଶା ସରକାର ଙ୍କ ସମସ୍ତ ଜନହିତକର ଯୋଜନା ବିଷୟରେ ଆଲୋଚନା କରିଥିଲେ। ସୁନେତ୍ର ଯୋଜନା ରେ ୧୦ଜଣ ଙ୍କୁ ଚଷମା ବଣ୍ଟନ କରାଗଲା। ମୋ ଘରେ ଏଲଇଡି ଯୋଜନାରେ ୧୦୦ ଜଣ ରେସନ କାଡ ହିତାଧିକାରୀ ୪ଟି ଲେଖାଏଁ ଇଲେକଟ୍ରିକ ବଲବ ବଣ୍ଟନ କରାଗଲା। ମିଶନ ଶକ୍ତି ତରଫରୁ ୩୨ଟି ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ କୁ ମାନ ପତ୍ର ପ୍ରଦାନ କରାଗଲା। ୨୧ଜଣ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଙ୍କୁ ମାନପତ୍ର ପ୍ରଦାନ କରାଗଲା। କାର୍ଯ୍ୟକ୍ରମ ରେ ଜିପିଓ ଭିଷ୍ମଦେବ ମାଝି, ଜିଲ୍ଲାପରିଷଦ ବିଶ୍ୱନାଥ ବାଗ,ଯନ୍ତ୍ରୀ ରାଜକୁମାର କଶ୍ୟପ, କନିଷ୍ଠ ଯନ୍ତ୍ରୀ ରାଜକୁମାର ସାହୁ,ସରପଞ୍ଚ ଜୟନ୍ତି ପୁଟା, ସମିତିସଭ୍ୟା ପୁଷ୍ପାଞଲି ଧରୁଆ ଓଡିଶା ସରକାରଙ୍କ ସମସ୍ତ ଜନହିତକର ଯୋଜନା ବିଷୟରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ବିଜୁ ଯୁବ ବାହିନୀ ସହଯୋଗ କରିଥିଲେ। ଶେଷରେ ଗ୍ରାମପଞ୍ଚାୟତ ସମ୍ପାଦକ ଜଗଜୀବନ ସିଂ ଗିର୍ନ୍ନା ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.