ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ସଚେତନତା ରଥ ଊଦ୍ଘାଟିତ ।

0

ଯାଜପୁର, (ଜୟଶଙ୍କର ଦାଶ):ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଣି ପଞ୍ଚାୟତ ରଥର ଉଦ୍ଘାଟନ ଜିଲ୍ଲାପାଳ  ରଂଜନ କୁମାର ଦାସଙ୍କ ଦ୍ୱାରା ସଂପନ୍ନ ହୋଇଚ୍ଥି ।  ସରକାର କୃଷି ଓ କୃଷକର ବିକାଶ ପାଇଁ ଅନେକ ଯୋଜନା କରିଚ୍ଥନ୍ତି ।  କୃଷକ ମାନେ ଯେପରି ଏହାର ସପଂଳ ପାଆନ୍ତି ସେଥିପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଉଚ୍ଥି ।  ପାଣିର ସୁ ପରିଚାଳନା , ସୁ ବିନିଯୋଗ ଓ କମ୍ ଜଳର ଉପଯୋଗ କରି କିପରି ଅଧିକ ପଂସଲ ଉତ୍ପାଦନ  ହୋଇପାରିବ ସେଥିପ୍ରତି ଜାଗରଣ ସୃଷ୍ଟି ହୋଇପାରିଲେ ତାହା କୃଷିର ହିତ ସାଧନ କରିପାରିବ ବୋଲି ଜିଲ୍ଲାପାଳ  କହିବା ସହ ଏହି ପାଣି ପଞ୍ଚାୟତ ରଥ ଜଳର ସପଂଳ ପରିଚାଳନାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।  ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ଜିଲ୍ଲାର ସମସ୍ତ ୧୦ ଟି ଯାକ ବ୍ଲକ   ୩୧୧ ପଞ୍ଚାୟତକୁ ଏହି ସଚେତନତା ରଥ ପରିକ୍ରମା କରି ଜଳ ପରିଚାଳନା ସଂପର୍କରେ ସଚେତନ କରାଇବ ବୋଲି କହିଥିଲେ ।  ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏହି ରଥ ଚଳିତ ମାସ ୧୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା  ପରିକ୍ରମଣ କରିବାର କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଚ୍ଥି ।  ଏହି ରଥ ଉଦ୍ଘାଟନ ସମୟରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସୁଧାଂଶୁ ନାୟକ, ଏସ୍.ଡି.ଓ. ଶଙ୍କର୍ଷଣ ବେହେରା, ପି.କେ. କର, ସହକାରୀ ଯନ୍ତ୍ରୀ ଚୈତନ୍ୟ ଜେନା, ଯନ୍ତ୍ରୀ ନାରାୟଣ ନାୟକ, ଭାଗବତ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ  ପ୍ରମୁଖ ଉପସ୍ଥିତ ଥିଲେ ।  

 

Leave A Reply

Your email address will not be published.