ଗେଟ ସରୋବରପଡା ସ୍କୁଲ କୋଠା ଉଦ୍ଘାଟନ କଲେ ନରସିଂହ

0

ବଲାଙ୍ଗିର(ନିରୋଜ ମିଶ୍ର)  ପ୍ରାଥମିକ ଶିକ୍ଷା ହେଉଛି ଦେଶ ଗଠନର ମୂଳଦୁଆ । ଏହା ଦୁର୍ବଳ ହେଲେ ଦେଶର ବିନାଶ ହେଇଯିବ । ସେଥିପାଇଁ ଛୋଟ ଛୋଟ ଛୁଆ ମାନଙ୍କର ଶିକ୍ଷାର ପ୍ରତ୍ୟେକ ଦିଗ ପ୍ରତି ଆମକୁ ଯତ୍ନବାନ ହେବାକୁ ପଡିବ ବୋଲି ଆଜି ସ୍ଥାନୀୟ ଗେଟ ସରୋବରପଡା ସ୍କୁଲର ନୂତନ ଗୃହ ଉଦ୍ଘାଟନ ଅବସରରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ ତଥା ଜନସାଧାରଣଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ହେଲେ ପ୍ରାଥମିକ ଶିକ୍ଷା ପାଇଁ ଦରକାର ଶିକ୍ଷକକର୍ମଚାରୀ, ଭିତ୍ତିଭୁମି ତଥା ଛୁଆମାନଙ୍କ ପାଠ୍ୟ ପୁସ୍ତକ ପ୍ରତି ଆମକୁ ପ୍ରାଥମିକତା ଦେବାକୁ ପଡିବ । ଏଠାରେ ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ପୂର୍ବେ ଏହି ସ୍କୁଲର ବହୁତ ଖରାପ ଅବସ୍ଥା ଥିଲା । ଜରାଜ୍ଜିର୍ଣ୍ଣ ସ୍କୁଲ କୋଠା, ପୁତିଗନ୍ଧମୟ ପରିବେଶ ମୋଟେ ଶିକ୍ଷାଦାନ କିମ୍ବା ଶିକ୍ଷାଲାଭ ପାଇଁ ଅନୁକୁୁଳ ନ ଥିଲା । ସ୍ଥାନୀୟ ବିଧାୟକ ଯେତେବେଳେ ପରିଦର୍ଶନରେ ଯାଇଥିଲେ ସହର ମଧ୍ୟରେ ଏପରି ଏକ ସ୍କୁଲ ଥିବା ଦେଖି ସେ ଆଶ୍ଚର୍ଯ୍ୟ ତଥା ଦୁଃଖିତ ହୋଇଥିଲେ ଏବଂ ତକ୍ଷଣାତ ଶିକ୍ଷାବିଭାଗ ଅଧିକାରୀ ତଥା ନିର୍ମାଣ ବିଭାଗ ଅଧିକାରୀ ମାନଙ୍କୁ ଏହି ଜାଗାରେ ଏକ ଦୂତନ କୋଠା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକି ଆଜି ସମ୍ମୁର୍ଣ୍ଣ ହୋଇ ଛାତ୍ର ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶିକ୍ଷାଲାଭ କରିବା ପାଇଁ ଉତ୍ସର୍ଗ କରାଯାଇଛି । ଆଜିର ଏହି ଉଦ୍ଘାଟନି ପରବର୍ତ୍ତି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଋଚପାଲ ସାଗର, ପ୍ରଧାନ ଶିକ୍ଷୟତ୍ରୀ ସୌଦାମିନୀ  ନାୟକ, ବିଧାୟକଙ୍କ ଶିକ୍ଷା ପ୍ରତିନିଧି ବାମଦେବ ମିଶ୍ର, ଓମ୍ ପ୍ରକାଶ କୁମ୍ଭାର, ବୁଲୁ ଦାନି, ମନିଷ ମିଶ୍ର, ପବିତ୍ର ନେପାକ, ସଂଜୟ ମିଶ୍ର ପ୍ରମୁଖ ମଞ୍ଚାସିନ ଥିବା ବେଳେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅନେକ ସଂଖ୍ୟାରେ ସ୍ଥାନୀୟ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.