ସିଏସଆଇଆର – ଆଇଏମଏମଟିରେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

3

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟିରେ ବିଭିନ୍ନ ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୩୦୦ ପ୍ରତିଯୋଗୀଙ୍କ ଉପସ୍ଥିତିରେ ଅତି ଶ୍ରଦ୍ଧା ଓ ଉତ୍ସାହର ସହ ଡ. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ ହୋଇଥିଲା।
ସିଏସ୍ଆଇଆର୍-ଆଇଏମଏମଟିନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଉଦଘାଟନୀ ଭାଷଣ ଦେଇ ସାମାଜିକ ନ୍ୟାୟ, ସମାନତା ଏବଂ ରାଷ୍ଟ୍ର ନିର୍ମାଣରେ ଡ. ଆମ୍ବେଦକରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ଆୟୋଜକ କମିଟିର ଉପାଧ୍ୟକ୍ଷ ଡ. ଆର୍ ଶକ୍ତିଭେଲ୍ ସମ୍ମାନିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଆଇଏଫ୍ଏସ୍ ପାଣ୍ଡବ ବେହେରା ଯୋଗଦେଇ ଡ. ଆମ୍ବେଦକରଙ୍କ ଜୀବନ, ଭାରତୀୟ ସମାଜଓପରମ୍ପରା ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଡ. ଆମ୍ବେଦକରଙ୍କ ପରିକଳ୍ପନା ଅନୁଯାୟୀ ଶିକ୍ଷା, ସଶକ୍ତୀକରଣ ଏବଂ ସମାନତାର ମାର୍ଗଅନୁସରଣ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏସସିଏସଟି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସ୍ବତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଓଡ଼ିଶା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ସହକାରୀ ନିର୍ଦ୍ଦେଶକସମରେନ୍ଦ୍ର ଭୁତିଆ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତବ୍ୟ ରଖିଥିଲେ। ସେ ନିଜର ବକ୍ତବ୍ୟ ରଖି ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଏବଂ ସଶକ୍ତୀକରଣ ପାଇଁ ଡ. ଆମ୍ବେଦକରଙ୍କ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଆର୍ ଆର୍ ଏଲ୍ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଦୃତାଚିଲ୍ଡରେନ୍ସ ହୋମ୍ ଆଦିଙ୍କୁପୁରସ୍କୃତ କରାଯାଇଥିଲା । ଡକ୍ଟର ବି.ଆର. ଆମ୍ବେଦକରଙ୍କ ମୂଲ୍ୟବୋଧ ଓ ଆଦର୍ଶ ଉପରେ ଯୁବ ମନକୁ ଯୋଡ଼ିବା ଏବଂ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମୂଳଲକ୍ଷ ଥିଲା ।
କାର୍ଯକ୍ରମକୁ ସଫଳତାର ସହ ଶେଷ କରିଥିବାରୁ ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ତଥା ଆୟୋଜକ କମିଟିର ଆବାହକ ଡ. ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଅଂଶଗ୍ରହଣକାରୀ, ସ୍କୁଲ ପିଲା ଓ ଆୟୋଜକ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave A Reply

Your email address will not be published.