ସମ୍ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

2

ଭୁବନେଶ୍ୱର, ଏପ୍ରିଲ୍ ୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମୁ୍ୟନିଟି ହେଲ୍ଥ ନର୍ସିଂ ବିଭାଗ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ‘ସୁସ୍ଥ ପ୍ରାରମ୍ଭ, ଆଶାପୂର୍ଣ୍ଣ ଭବିଷ୍ୟତ’ କୁ ନେଇ ଏହି ଦିବସ ପାଳନ କରାଯାଇଛି ।
ଏହି ଅବସରରେ ଏସ୍ଏନ୍ସିର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ଦିବସର ପ୍ରସଙ୍ଗକୁ ନେଇ ଆୟୋଜିତ ପୋଷ୍ଟର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହାଛଡ଼ା ମା’ ଏବଂ ଶିଶୁର ଯତ୍ନ ସମ୍ପର୍କିତ ଏକ ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା ।
କମୁ୍ୟନିଟି ହେଲ୍ଥ ନର୍ସିଂ ବିଭାଗର ମୁଖ୍ୟ ପ୍ରଫେସର ତପତି ଶାହା, ଆସୋସିଏଟ ପ୍ରଫେସର ପୁଷ୍ପାଞ୍ଜଳି ମହାପାତ୍ର ଏବଂ ବିଭାଗର ଟୁ୍ୟଟର ଶ୍ରୀମତି ଅର୍ଥ କାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଏହି ବିଭାଗର ପିଜି ଓ ପୋଷ୍ଟ ବେସିକ୍ ଛାତ୍ରଛାତ୍ରୀମାନେ ଭରତପୁର ଅଂଚଳରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରିଥିଲେ । ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବିଭାଗର ଟୁ୍ୟଟର ଶ୍ରୀମତି ସୁପ୍ରିୟା ସାହୁ ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ ।
ଏହି ଅବସରରେ ଆୟୋଜିତ ଏକ କର୍ମଶାଳାରେ ଏସ୍ଏନ୍ସିର ଡିନ୍ ଡକ୍ଟର ସସ୍ମିତା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଏନ୍ସିଏଚ୍ ଡବ୍ଲୁଏଚ୍ଓ ଓଡ଼ିଶାର ମେଡିକାଲ ଅଫିସର ଡକ୍ଟର ଦେବୀପ୍ରସାଦ ଗୋସ୍ୱାମୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଏବଂ ଶିଶୁ ଏବଂ ମା’ର ଯତ୍ନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ବିଭାଗର ଆସୋସିଏଟ ପ୍ରଫେସର କ୍ରିଷ୍ଣା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଶେଷରେ ବିଭାଗର ଟୁ୍ୟଟର ଶ୍ରୀମତି ସୁଚିସ୍ମିତା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଚଳିତ ବର୍ଷର ପ୍ରସଙ୍ଗ “Healthy Beginning Hopeful Future”କୁ ଆଧାର କରି ସେହିପରି ଫୁଲନଖରା ସ୍ଥିତ ସମ୍ ନର୍ସିଂ କଲେଜ -୨ରେ ମଧ୍ୟ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ -୨ ର ଡିନ୍ ପ୍ରଫେସର (ଡ.) ଅରକ୍ଷିତ ସ୍ୱାଇଁ ଓ ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ସିଦ୍ଧାର୍ଥ ଗୌତମ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।
ପ୍ରଫେସର(ଡ.) ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟ ବକ୍ତା ଡ. ଅମ୍ରିତା ଲେଙ୍କା ଦିବସର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଉପସ୍ଥିତ ମୁଖ୍ୟ ଅତିଥିମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ମତାମତ ପ୍ରଦାନ କରିଥିଲେ । ଅନୁଷ୍ଠାନର ବି.ଏସ୍.ସି ଟୁ୍ୟଟର ଶ୍ରୀମତି ମେଘ୍ନା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ଦେବିକା ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.