ରେଡିଏନ୍ସ ଶିକ୍ଷାନୁଷ୍ଠାନର ଦଶମ ପ୍ରତିଷ୍ଠା ଦିବସ ସହ ବାର୍ଷିକୋତ୍ସବ

2

 ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ସ୍ଥିତ ରେଡ଼ିଏନ୍ସ୍ ଇନଷ୍ଟିଚ୍ୟୁଟର ଦଶମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ “ୟୁଫୋରିଆ-୨୦୨୫” ସଭାପତି ତଥା ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଛାତ୍ର ଜୀବନରେ ସଂଘର୍ଷ ଦ୍ଵାରା ହିଁ ଲକ୍ଷ୍ୟସ୍ଥଳକୁ ପହଞ୍ଚି ପାରିବେ ଓ ଅନୁଷ୍ଠାନର ସ୍ୱତନ୍ତ୍ରତା ରହିଛି ଆଗକୁ ଆହୁରି ଲୋକାଭିମୁଖୀ ହେବ ଏବଂ ସ୍ବର୍ଗତ ଠାକୁର ଚରଣ ମେହେର କେବଳ ଏହି ଅନୁଷ୍ଠାନ ନୁହେଁ ବିଜେପୁର ମହାବିଦ୍ୟାଳୟର ମାର୍ଗଦର୍ଶକ ତଥା କର୍ଣ୍ଣଧାର ଥିଲେ ବୋଲି ମତବ୍ୟକ୍ତ କରିଥିଲେ ।ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା-୨୦୨୪ ରେ ରେଡ଼ିଏନ୍ସ୍ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ପିଙ୍କି ଗଡ଼ତିଆଙ୍କୁ ସ୍ୱର୍ଗତଃ ଠାକୁର ଚରଣ ମେହେର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ରେଡ଼ିଏନ୍ସ୍ ପରିଚାଳନା କମିଟି ଦ୍ବାରା ଶ୍ରେଷ୍ଠ କର୍ତ୍ତବ୍ୟନିଷ୍ଠ ଭାବେ ରେଡ଼ିଏନ୍ସ୍ ଅନୁଷ୍ଠାନ ତରଫରୁ ଆଶିଷ କୁମ୍ଭାର ଓ ଖେଳ ଶିକ୍ଷକ ସୁବ୍ରତ ବାରିକଙ୍କୁ ରେଡ଼ିଏନ୍ସ ପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରଯାଇଥିଲା ।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅତି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହା ସମାଜକୁ ଏକ ନୂତନ ବାର୍ତ୍ତା ଦେଉଥିଲା ଓ  ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.