ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁରାତନ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ “ସିଦ୍ଧାନ୍ତ” ଅନୁଷ୍ଠାନ ଉପସ୍ଥାପନାରେ ରାମାନନ୍ଦ ପଟ୍ଟନାୟକଙ୍କ ପ୍ରଥମ ସାରସ୍ଵତ ସୃଷ୍ଠି “ଚୟନିକା” କବିତା ଏବଂ ଗଳ୍ପ ଏକ ସଂଯୁକ୍ତ ସଙ୍କଳନ ଉନ୍ମୋଚିତ ହୋଇଯାଇଛି।
କାର୍ଯ୍ୟକ୍ରମ ଆରମ୍ଭ ରେ ଅଧ୍ୟାପିକା ଶୁଭ୍ରା ପଟ୍ଟନାୟକ ସ୍ଵାଗତ ସମ୍ଭାଷଣ ଏବଂ ଲେଖକଙ୍କର ସାରସ୍ଵତ ସୃଷ୍ଟି ସମ୍ପର୍କରେ ଅବଗତ କରିଥିଲେ। ସିଦ୍ଧାନ୍ତର ପ୍ରତିଷ୍ଠାତା ସମ୍ପାଦକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଗୀତାଞ୍ଜଳି ଦାଶ , ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର , ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସୀନ ଥିଲେ।
ଶିଳ୍ପୀ କରୁଣାନିଧି ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ଅରୂପାଞ୍ଜଳି ମହାନ୍ତି ପରିଚୟ ପ୍ରଦାନ କରିଥିଲେ। ଇତି ମଧ୍ୟରେ “ଚୟନିକା” ବହିର ଲୋକାର୍ପଣ ଅତିଥି ମାନଙ୍କ ଦ୍ଵାରା ହୋଇଥିଲା। ଜୀବନ ଜୀବୀକା ସଂଘର୍ଷରେ ନିଜର ସାରସ୍ଵତ ସାଧନା ଫଳ ସ୍ୱରୂପ ଲେଖକଙ୍କ ସୃଷ୍ଟି କବିତା ଏବଂ ଗଳ୍ପ ସଂବୃଦ୍ଧ ହୋଇପାରିଛି ବୋଲି ଅତିଥି ମାନେ କହିଥିଲେ।
ଜିତେନ୍ଦ୍ର କୁମାର ପାଣି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଡ୍ରିମ୍ ଡାନ୍ସ ଗ୍ରୁପର ନିର୍ଦ୍ଦେଶିକା ହିମାନୀ କବିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନ ର ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post