ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ) ସ୍ଥାନୀୟ କଳିଙ୍ଗା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମନୋଜ କୁମାର ପ୍ରଧାନ ଉଧ୍କଟନ କରିଥିଲେ । ଏହି ପରିପ୍ରେଖିରେ ସମ୍ମାନୀୟ ଅତିଥି ଭାବେ ଆସିଷ୍ଟାଣ୍ଟ ପ୍ରଫେସର ବିଚିତ୍ର କୁମାର ବେହେରା ଏବଂ ଆସିଷ୍ଟାଣ୍ଟ ପ୍ରଫେସର ସୁଶାନ୍ତ କୁମାର ରଣା ଏବଂ ମୁଖ୍ୟ ବକ୍ତା ରୂପେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସଦାନନ୍ଦ ମେହେର, ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମ କୁମାର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସେ ଏହି ଚିତ୍ର କଳା ପ୍ରଦର୍ଶନିବିଷୟରେ ଆଲୋକ ପାତ କରିଥିଲେ । ଚିତ୍ରକାରମାନେ ଇଶ୍ବରଙ୍କୁ ସେମାନଙ୍କ ଆତ୍ମା ସହିତ ଏକତ୍ର କରି ଏପରି ସୁନ୍ଦର ଚିତ୍ର ତିଆରି କରିଥାଆନ୍ତି ବୋଲି ପିଲାମାନଙ୍କୁ ବୁଝାଇ ଥିଲେ । ଏହି ଚିତ୍ର କଳା ଅବସରରେ ଏହି ମହାବିଦ୍ୟାଳୟର ସମସ୍ତ ପିଲାମାନଙ୍କୁ New Education Policy, Incredible India, Womens Empowermen, Save Water save life, Clean India Green India, Swachh Bharat, Save Energy, Global Warming, No Smoking, Gender Equality, Quality Education, Rufugee ଏହି ସବୁ ବିଷୟକୁ ନେଇକି ଏକ ଚିତ୍ର କଳାର କାଯ୍ୟକ୍ରମ ଆୟଜନ କରାଯାଇଥିଲା । ଉକ୍ତ କାଯ୍ୟକ୍ରମରେ ୯୫ ଜଣ ଛାତ୍ରଛାତ୍ରୀ ନିଜର ସ୍ଵତନ୍ତ୍ର ଚିତ୍ର କଳା ସୃଷ୍ଟି କରି ପରିବେଷିତ କରିଥିଲେ । ଏହି କାଯ୍ୟକ୍ରମକୁ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମୋନାଲିସା ନାୟକ, ଭେଙ୍କେଟ୍ସ ରେଡ୍ଡୀ, ଲକ୍ଷ୍ମୀପ୍ରିୟା ନାୟକ ଏବଂ ସୁବ୍ରତ ପାଢ଼ୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.