ମହାବିଦ୍ୟାଳୟ ମାନଙ୍କର ଉନ୍ନତିକରଣ ସକାଶେ ଅନୁଦାନ ଦେଲେ ବିଧାୟକ

0 2

 ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ମାନ୍ୟବର  ବିଧାୟକ ଶ୍ରୀମାନ ସନତ କୁମାର ଗଡତୀଆ ଙ୍କ ପ୍ରଚେଷ୍ଟାରେ ମହାବିଦ୍ୟାଳୟ ମାନଙ୍କର ଉନ୍ନତି କରଣ ପାଇଁ ବିଜେପୁର ମହାବିଦ୍ୟାଳୟକୁ ୫୦ ଲକ୍ଷ ଓ ବରପାଲି ମହାବିଦ୍ୟାଳୟକୁ ୭୦ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି।ଶିକ୍ଷାର ବିକାଶ ଦିଗରେ ବିଧାୟକଙ୍କ ତତ୍ପରତା ଏ ହେଉଛି ଏକ ଝଲକ ମାତ୍ର।ନିଜ ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ଅନେକ କିଛି କାର୍ଯ୍ୟକ୍ରମ ଆଗକୁ କରିବାର ଅଛି ବୋଲି ମାନ୍ୟବର ବିଧାୟକ ଶ୍ରୀମାନ ଗଡତୀଆ ମତବ୍ୟକ୍ତ କରିଛନ୍ତି।ସେ ବିଧାୟକ ହେବା ପରେ ସଦାବେଳେ ଲୋକଙ୍କ ଦୁଃଖ ସୁଖରେ ଭାଗିଦାର ଦେବା ଦେଖାଇବାକୁ ମିଳୁଛି। ତାଙ୍କ କାର୍ଯ୍ୟକଳାପରେ ସାଧାରଣ ଜନତା ସନ୍ତୁଷ୍ଟ ଥିବା ବେଳେ, ମହାବିଦ୍ୟାଳୟ ମାନଙ୍କର ଉନ୍ନତିକରଣ ପାଇଁ ଅନୁଦାନ ଦେଇଥିବାରୁ ବରପାଲି ବ୍ଲକ ତଥା ବିଜେପୁର ବ୍ଲକ ଅଞ୍ଚଳବାସୀ ବିଧାୟକ ଶ୍ରୀଯୁକ୍ତ ଗଡତୀଆ ଙ୍କୁ ଧନ୍ୟବାଦ ଜଣାଇଛନ୍ତିl

Leave A Reply

Your email address will not be published.